Below header

ଦିନକ ପରେ ପୁଣି ବଢିଲା ତୈଳ ଦର

ଭୁବନେଶ୍ୱର(କେନ୍ଯୁଜ୍): ଚିନ୍ତା ବଢାଉଛି ତେଲ ଦର । ଗୋଟିଏ ଦିନ ପରେ ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୧୧ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ଆଜି ୮୧ ଟଙ୍କା ଛୁଇଁଛି । ସେହିପରି ଡିଜେଲ ଦାମ୍‌ ହୋଇଛି ୭୩ ଟଙ୍କା ୮ ପଇସା। ମୁମ୍ବାଇରେ ଆଜି ପେଟ୍ରୋଲ ଦର ୮୮ ଟଙ୍କା ୩୯ ପଇସା ହୋଇଥିବାବେଳେ ଡିଜେଲ ଦାମ୍‌ ୭୭ ଟଙ୍କା ୫୮ ପଇସା ରହିଛି । ସେହିଭଳି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦାମ୍‌ରେ ୧୩ ପଇସା ବଢ଼ି ୭୯ ଟଙ୍କା ୯୦ ପଇସା ହୋଇଥିବା ବେଳେ, ଡିଜେଲ ଦାମ୍‌ ୧୧ ପଇସା ବୃଦ୍ଧି ହୋଇ ୭୮ ଟଙ୍କା ୪୬ ପଇସାରେ ପହଁଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.