ତେଲ ଦର ହେବ କମ୍‌ ! ଚୀନରେ ବ୍ୟାପୁଥିବା କରୋନା ଭାଇରସର ପ୍ରଭାବ, ଭାରତକୁ ହେବ ଫାଇଦା

ଚୀନ ସହିତ ଦୁନିଆର ସାତଟି ଦେଶରେ ବ୍ୟାପିଗଲାଣି ଜୀବନ ଘାତକ କରେନା ଭାଇରସ। ଏହି ଭାଇରସ୍‌ କାରଣରୁ ଆଗାମୀ ଦିନରେ ତେଲର ଦାମ ଆହୁରି ହ୍ରାସ ହୋଇପାରେ। ତୈଳ ଦର କମ୍‌ ହେବା ଦ୍ୱାରା ଭାରତକୁ ଏହାର ଫାଇଦା ହେବ। ଏମିତିରେ ଏବେ ଠାରୁ ଆସନ୍ତା ମାସ ପଯ୍ୟର୍ନ୍ତ ପେଟ୍ରୋଲ ଡିଜେଲ ଦର କମ୍‌ ଦେଖିବାକୁ ମିଳିବ।

ଚାରି ପ୍ରତିଶତ ହ୍ରାସ ପାଇଛି ତେଲ ଦର

virusକଞ୍ଚା ତୈଳ ଚାରି ପ୍ରତିଶତ ହ୍ରାସ ପାଇ ୬୨ ଡଲାର ପ୍ରତି ବ୍ୟାରଲ ହୋଇଯାଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲର ଦାମ୍‌ ଗତ ୧୩ ଦିନରେ ୧.୫ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି। ଚୀନରେ ବ୍ୟାପୁଥିବା ଭୟଙ୍କରୀ ଭାଇରସ୍‌ କାରଣରୁ ଅନେକ ଦେଶରେ ଆଡଭାଇଜରୀ ଜାରୀ ହେବା ପରେ ଏମିତି ଲାଗୁଛି ଏହାର ପ୍ରଭାବ ଅର୍ଥବ୍ୟବସ୍ଥାରେ ମଧ୍ୟ ପଡିବ। ଏଥିରେ ଚୀନରର ବିକାଶ ଦର ଆହୁରି ଦୁର୍ବଳ ଦେଖିବାକୁ ମିଳିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚୀନରେ ଏମରଜେନ୍ସୀ ଜାରୀ କରିଦେଇଛନ୍ତି। ଏହାଦ୍ୱାରା ଚୀନକୁ ଯିବା ଆସିବା କରୁଥିବା ବିମାନ ଉପରେ ମଧ୍ୟ ପ୍ରଭାବ ପଡିବାକୁ ଲାଗିଲାଣି। ଏହି କାରରରୁ ବିମାନ ଇନ୍ଧନ ମଧ୍ୟ ବହୁତ କମ୍‌ ହୋଇଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବହନ ମନ୍ତ୍ରାଳୟ ଚୀନ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଯାତ୍ରା ପରାମର୍ଶ ଜାରୀ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.