ଚୀନରେ କରୋନା ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ଜଣଙ୍କ ମୃତ୍ୟୁ, ଭାରତରେ ୧୨ ଜଣଙ୍କ ଦେହରେ ଏହି ଭାଇରସ୍ ଚିହ୍ନଟ!

କେନ୍ୟୁଜ୍: ଚୀନରେ ମାଡି ଚାଲିଛି କରୋନା ଭାଇରସ୍ । ଏହି ଭାଇରସ୍ ଯୋଗୁ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କ ଜୀବନ ଯାଇଛି । ୨୭ ଶହରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୨୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । କରୋନାର ମୁକାବିଲା ପାଇଁ ଚୀନ୍ ଆର୍ମିର ୪୫୦ ଜଣ ସ୍ୱତନ୍ତ୍ର ଅଭିଜ୍ଞ ଡାକ୍ତରଙ୍କୁ କାର୍ଯ୍ୟରେ ଲଗାଯାଇଛି । ଭାଇରସ୍‌କୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନ୍‌ରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି । ସେହିପରି ଅଷ୍ଟ୍ରେଲିଆ, ଆମେରିକା, କୋରିଆ, ଫ୍ରାନ୍ସ ଭଳି ଦେଶ ଗୁଡ଼ିକ ଏନେଇ ଭୟଭୀତ ହୋଇ ପଡ଼ିଛନ୍ତି । ଆମେରିକାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

virusକୋରୋନା ଭାଇରସ୍‌କୁ ନେଇ ଚିନ୍ତାରେ ଭାରତ:

ଏପଟେ କୋରୋନା ଭାଇରସ୍‌କୁ ନେଇ ଚିନ୍ତାରେ ଭାରତ । ୧୨ ଜଣଙ୍କ ଦେହରେ ଭାଇରସ୍ ଚିହ୍ନଟ ହୋଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସରକାରଙ୍କ ସହ କରୋନା ନେଇ ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.