ୟୁପିଆଇ ଲାଇଟ୍ ଫିଚର ଆରମ୍ଭ କଲା ଫୋନପେ, ଏଣିକି ବିନା ପିନରେ ବି କରିପାରିବେ ଟ୍ରାନଜାକସନ୍‌

ଫୋନପେ ନିଜ ଆପରେ ୟୁପିଆଇ ଲାଇଟ ଫିଚର ଲାଇଭ୍‌ କରିଛି । ଏହି ଫିଚର ସହିତ ଗ୍ରାହକ ବିନା କୌଣସି ପିନ ଏଣ୍ଟର କରି ଟଙ୍କା ପେମେଣ୍ଟ କରିପାରିବେ ।

ଫୋନପେ ନିଜ ଆପରେ ୟୁପିଆଇ ଲାଇଟ ଫିଚର ଲାଇଭ୍‌ କରିଛି । ଏହି ଫିଚର ସହିତ ଗ୍ରାହକ ବିନା କୌଣସି ପିନ ଏଣ୍ଟର କରି ଟଙ୍କା ପେମେଣ୍ଟ କରିପାରିବେ । ଅର୍ଥାତ ଏବେ ଆପଣ ୟୁପିଆଇ ଲାଇଟ ଆକାଉଣ୍ଟରୁ ମାତ୍ର ଗୋଟିଏ କ୍ଲିକରେ ୨୦୦ଟଙ୍କାରୁ କମ୍ ମୂଲ୍ୟର ପେମେଣ୍ଟ କରିପାରିବେ ।

ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ସିଧାସଳଖ ଅନ- ଡିଭାଇସ ୟୁପିଆଇ ଲାଇଟ ବାଲାନ୍ସ ଡେବିଟ ହେବା ପରେ ସମ୍ପୂର୍ଣ୍ଣ ହୋଇଯିବ । ଏହାଦ୍ୱାରା ଗ୍ରାହକଙ୍କ ବ୍ୟାଙ୍କ (ରିମିଟର ବ୍ୟାଙ୍କ)ର ମୁଖ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ବାସ୍ତବିକ ସମୟରେ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ ପଡ଼ିନଥାଏ । ଏହି ଟ୍ରାଞ୍ଜାକ୍ସନ ନିୟମିତ ୟୁପିଆଇ ଟ୍ରାଞ୍ଜାକସନ୍‌ ତୁଳନାରେ ଶୀଘ୍ର କରାଯାଇପାରିବ । ସମସ୍ତ ପ୍ରମୁଖ ବ୍ୟାଙ୍କଗୁଡ଼ିକ ଫୋନପେରେ ୟୁପିଆଇ ଲାଇଟକୁ ସମର୍ଥନ କରି ଏବଂ ଦେଶର ସମସ୍ତ ୟୁପିଆଇ ବ୍ୟବସାୟୀ ଏବଂ କ୍ୟୁଆର ଏହାକୁ ଗ୍ରହଣ କରେ ।

ଏହି ଫିଚର ‘ଅନ-ଡିଭାଇସ’ ବାଲାନ୍ସ ମାଧ୍ୟମରେ ପରିଚାଳିତ ହୋଇଥାଏ । ଉପଭୋକ୍ତା ନିଜର ଫୋନପେ ଆପରେ ଏକ ସରଳ ପ୍ରକ୍ରିୟା ମାଧ୍ୟମରେ ଏହି ଫିଚରକୁ ତୁରନ୍ତ ହିଁ ଆକ୍ଟିଭ କରିପାରିବେ । ଏଥିପାଇଁ କୌଣସି କେୱାଇସି ପ୍ରାମାଣିକରଣ ଆବଶ୍ୟକ ନଥାଏ ଏବଂ ସହଜରେ ୟୁପିଆଇ ଆକାଉଣ୍ଟ ସୃଷ୍ଟି କରିପାରିବେ । ଗ୍ରାହକ ନିଜର ଲାଇଟ ଆକାଉଣ୍ଟରେ ୨୦୦୦ଟଙ୍କା ପର୍ଯ୍ୟନ୍ତ ଲୋଡ଼ କରିପାରିବେ ଏବଂ ଏକାଥରେ ୨୦୦ଟଙ୍କା କିମ୍ବା ତାଠାରୁ କମ୍ ରାଶିର ଟ୍ରାଞ୍ଜାକ୍ସନ କରିପାରିବେ ।

ଗୋଟେ ଦିନରେ କେତେ ଟ୍ରାନଜାକସନ୍‌ ହୋଇଛି ଏହା ଦେଖିବା ପାଇଁ ଉପଭୋକ୍ତାଙ୍କୁ ସେମାନଙ୍କ ବ୍ୟାଙ୍କ ତରଫରୁ ଦୈନିକ ଏକ ଏସଏମଏସ ପ୍ରାପ୍ତ ହେବ । ଯେଉଁଥିରେ ଦିନସାରା କରାଯାଇଥିବା ୟୁପିଆଇ ଲାଇଟର ପୁରୁଣା ଟ୍ରାନଜାକସନ୍‌ ବିଷୟରେ ସୂଚନା ଥିବ । ଫଳସ୍ୱରୂପ ବ୍ୟାଙ୍କ ଷ୍ଟେଟମେଣ୍ଟ/ ପାସ୍ବୁକରେ ଏପରି ଛୋଟ ରାଶିର ଟ୍ରାଞ୍ଜାକ୍ସନ ଗୁଡ଼ିକୁ ବାଦ୍ ଦିଆଯିବ । କାରଣ ଏହି ଟ୍ରାଞ୍ଜାକ୍ସନ ଗୁଡ଼ିକ କେବଳ ଲାଇଟ ଆକାଉଂଟରେ ଦେଖାଯିବ । ଏହି ବିଷୟରେ ଘୋଷଣା କରି ଫୋନପେ ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ଟେକ୍ନୋଲୋଜି ଅଫିସର ଶ୍ରୀ ରାହୁଲ ଚାରି କହିଛି ଯେ, ” ୟୁପିଆଇ ଲାଇଟ ହେଉଛି ୟୁପିଆଇ ଷ୍ଟାକ୍ର ମୂଳ ଅଂଶ ଯାହାର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କୁ ଛୋଟ ଏବଂ ବାରମ୍ବାର କରାଯାଉଥିବା ଖର୍ଚ୍ଚ ପାଇଁ ଡିଜିଟାଲ ପେମେଣ୍ଟ ଅଭିଜ୍ଞତାକୁ ଉନ୍ନତ କରିବା ।

ୟୁପିଆଇ ଲାଇଟ ଏପରି ପଦ୍ଧତିଗୁଡ଼ିକର ପ୍ରାରମ୍ଭିକ ମାର୍ଗକୁ ସହଜ କରୁଛି ଯେଉଁଥିରେ ନେଟୱର୍କ ସଂଯୋଗ ବିନା ମଧ୍ୟ ପେମେଣ୍ଟକରାଯାଇପାରିବ, ଯାହାକି ଏନପିସିଆଇର ଏପର୍ଯ୍ୟନ୍ତର ସର୍ବୋତମ ଉନ୍ମୋଚନ ମଧ୍ୟରୁ ଅନ୍ୟତମ । ଭବିଷ୍ୟତରେ ନଗଦବିହୀନ ଅର୍ଥନୀତିକୁ ଆହୁରି ସୁଦୃଢ଼ କରି ସମଗ୍ର ଭାରତରେ ଉପଭୋକ୍ତାମାନଙ୍କ ପାଇଁ ଡିଜିଟାଲ ପେମେଣ୍ଟ ଗ୍ରହଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଆଶା କରୁଛୁ ଭାରତର ଲୋକମାନେ କମ ରାଶିର ପେମେଣ୍ଟ ପାଇଁ ଏହି ଦ୍ରୁତ ଏବଂ ବାଧାମୁକ୍ତ ଫିଚରକୁ ଗ୍ରହଣ କରିବେ ।

ଫୋନପେ ଆପରେ ୟୁପିଆଇ ଲାଇଟକୁ କେମିତି କରିବେ ଆକ୍ଟିଭ୍‌
  • ପ୍ରଥମେ ଫୋନପେ ଆପ୍‌ ଓପନ କରନ୍ତୁ
  • ଆପର ହୋମ ସ୍କ୍ରୀନରେ ୟୁଜର୍ସଙ୍କୁ ୟୁପିଆଇ ଲାଇଟକୁ ଏନାବଲ କରିବାର ବିକଳ୍ପ ମିଳିବ ।
  • ୟୁଜର୍ସ ୟୁପିଆଇ ଲାଇଟରେ ଯୋଡିହେବା ପାଇଁ ରାଶି ଏଣ୍ଟର କରନ୍ତୁ, ବ୍ୟାଙ୍କ ଖାତାର ଚୟନ କରନ୍ତୁ ।
  • ୟୁପିଆଇ ପିନ୍‌ ଏଣ୍ଟର କରିବା ପରେ ହିଁ ୟୁପିଆଇ ଲାଇଟ ଖାତା ସଫଳତାପୂର୍ବକ ଆକ୍ଟିଭ ହୋଇଯିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.