” ପିଏମ କିଷାନ ସମ୍ମାନ ନିଧି ଯୋଜନା” ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଏଣିକି ୬ ହଜାର ନୁହେଁ ୩୬ ହଜାର ମିଳିବ

ପିଏମ କିଷାନ ସମ୍ମାନ ନିଧି ଯୋଜନାର ଉପଭୋକ୍ତାଙ୍କ ମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି । ଯଦି ଆପଣ ବି ସରକାରଙ୍କ ଦ୍ୱାରା ମିଳୁଥିବା ୨୦୦୦ ଟଙ୍କିଆ ଯୋଜନାର ଫାଇଦା ନେଉଥାନ୍ତି ତେବେ ଆପଣଙ୍କୁ ଏବେ ବାର୍ଷିକ ୬୦୦୦ ଟଙ୍କା ବଦଳରେ ୩୬୦୦୦ ଟଙ୍କା ମିଳିବ । ଏଠାରେ କହିରଖୁଛୁକି ଖୁବ ଶୀଘ୍ର କେନ୍ଦ୍ର ସରକାର ଖୁବ ଶୀଘ୍ର ପିଏମ କିଷାନ ଯୋଜନାର ଅଷ୍ଟମ କିସ୍ତି ଦେବାକୁ ଯାଉଛନ୍ତି । ଏକ ଆକଳନରୁ ଜଣାଯାଇଛିକି ଦେଶର ପାଖାପାଖି ୧୧ କୋଟି ସଂଖ୍ୟକ କୃଷକ ଏହାଦ୍ୱାରା ଲାଭ ପାଇପାରିବେ । ଆପଣ ବି କିପରି ସରକାରଙ୍କ ଏହି ନୂଆ ପଦକ୍ଷେପର ଲାଭ ଉଠାଇ ପାରିବେ ଜାଣିରଖନ୍ତୁ । ଆଉ ସବୁଠୁ ବଡ କଥା ହେଉଛି ଏଥିପାଇଁ ଆପଣଙ୍କୁ ନିଜ ପକେଟରୁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ କି କୌଣସି ଡକ୍ୟୁମେଣ୍ଟ ବା ଜରୁରୀ କାଗଜ ପତ୍ର ଜମା କରିବାକୁ ପଡିବ ନାହିଁ । ଏହା ଜରିଆରେ କୃଷକ ମାନଙ୍କୁ ତିନିଟି କିସ୍ତି ମାଧ୍ୟମରେ ବାର୍ଷିକ ୩୬୦୦୦ ଟଙ୍କା ମିଳିବ । ଆଉ ପ୍ରତି ମାସ ୩୦୦୦ ଟଙ୍କା ମିଳିବ । ତେବେ ଜାଣି ରଖନ୍ତୁ କେଉଁ ମାନେ ନେଇ ପାରିବେ ଏହାର ଲାଭ:

୧. “କିଷାନ ସମ୍ମାନ ନିଧି ଯୋଜନା”ର ଲାଭ ୧୮ ରୁ ୪୦ ବର୍ଷ ବୟସର ଲାଭ ନେଇପାରିବେ ।

୨.କିନ୍ତୁ ଏଥିପାଇଁ ଆପଣଙ୍କ ନିକଟରେ ଅତି କମରେ ୨ ହେକ୍ଟରର ଚାଷ ଉପଯୋଗୀ ଜମିଥିବା ଆବଶ୍ୟକ ।

୩. ଆପଣଙ୍କୁ ଅତି କମରେ ୨୦ ବର୍ଷ ଓ ଅତି ବେଶୀରେ ୪୦ ବର୍ଷ ପର୍ଯ୍ୟନ୍ତ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଅର୍ଥ ଜମା କରିବାକୁ ପଡିବ । ଯାହାକି ସମ୍ପୂର୍ଣ୍ଣ ରୂପେ ଚାଷୀ ବୟସ ଉପରେ ନିର୍ଭର କରେ ।

୪. ଆପଣଙ୍କୁ ୧୮ ବର୍ଷ ବୟସ ହୋଇଥିଲେ ମାସିକ ୫୫ ଟଙ୍କା ଭରିବାକୁ ପଡିବ ।

୫. ଯଦି ୩୦ ବର୍ଷ ବୟସ ହୋଇଥିବ ତେବେ ୧୧୦ ଟଙ୍କା ଜମା କରିବାକୁ ପଡିବ ।

୬. ଆଉ ଯଦି ଆପଣଙ୍କ ବୟସ ୪୦ ରୁ ଅଧିକ ହୋଇଥିବ ତେବେ ୨୦୦ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.