ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲାଗିଲା କଟକଣା, କାଲିଠୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ମନା

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ ଲାଗିଲା କଟକଣା। କାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା। ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ। ଏମିତିକି ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଧ୍ୟ ସ୍ୱର୍ଗଦ୍ୱାରରେ ହୋଇପାରିବ ନାହିଁ। ମଙ୍ଗଳା ନଦୀ ଘାଟ ନିକଟରେ ହେବ ପୁରୀର ମୃତକଙ୍କ ଅନ୍ତିମ ସଂସ୍କାର । ଏ ନେଇ ଆଜି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ସେହିପରି ମହୋଦଧିରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାକୁ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀର ସବୁ ପାର୍କଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ତୀର୍ଥ ପୁଷ୍କରିଣୀଗୁଡ଼ିକରେ କେବଳ ପୁରୀ ଲୋକଙ୍କୁ ହିଁ ପିଣ୍ଡଦାନ ପାଇଁ ଅନୁମତି ମିଳିବ ବୋଲି ଆଜି ବୈଠକରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.