Below header

ଉଦୁଉଦୁଆ ଖରାରେ ଲଞ୍ଚରେ ସାମିଲ କରନ୍ତୁ ସ୍ୱାଦିଷ୍ଟ “ଦହି ବେସନ ରାଇତା”, ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଖରା ଗରମରେ ଆମ ମଧ୍ୟରୁ ଅଧିକାଂଶ ଦ୍ବିପହରେ ଦହିକୁ ନିଶ୍ଚିନ୍ତ ରୂପେ ସାମିଲ କରନ୍ତି । ଦହି ରାଇତା, ଦହି ସାଲାଡ, ଦହି ବୁନଦି, ଦହି ବାଇଗଣ ପରି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରନ୍ତି । ଆଉ କିଛି ଜଣ ଦହି ରାଇତା ଖାଇବାକୁ ଭଲ ପାଆନ୍ତି । ଏ ଲିଷ୍ଟରେ ଆପଣଙ୍କ ନାଁ ବି ନିଶ୍ଚିନ୍ତ ଥିବ । କିନ୍ତୁ ଯଦି ଆପଣ ଗୋଟିଏ ପ୍ରକାର ରାଇତା ଖାଇ ଖାଇ ବୋର ହୋଇ ଗଲେଣି ତେବେ ଏହି ଟେଷ୍ଟରେ କିଛିଟା ପରିବର୍ତ୍ତନ ଆଣନ୍ତୁ । ଘରେ ଏକ ଭିନ୍ନ ଧରଣର ରାଇତା ବନାଇ ଖାଆନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ । ପ୍ରଥମେ ଲେଖି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ଗୋଟେ କପ ଦହି

୨. ଗୋଟେ କପ ବେସନ

୩. ଅଧା କପ ଚିନି

୪. କାଜୁ – ବାଦାମ

୫. ୨ ଚାମଚ କିସମିସ

୬. ୨ ଚାମଚ ଚିରଞ୍ଜି

୭. ଅଧା ଚାମଚ ଜିରା ପାଉଡର

୮. କଳା ଲୁଣ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବେସନର ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ସେଥିରେ କିଛି ଲୁଣ ମିଶାନ୍ତୁ । ଏବେ ଗ୍ୟାସରେ ତେଲ ଗରମ କରନ୍ତୁ । ଯେବେ ପର୍ଯ୍ୟନ୍ତ ଗାଢ଼ ନ ହୋଇଯାଇଛି ଧୀରେ ଧୀରେ ଗୋଳାନ୍ତୁ । କିଛି ସମୟ ପରେ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ବେସନ ଯନ୍ତା ବସି ଗଲେ ଛୋଟ ଛୋଟ ପିସ ପିସ କରି କାଟି ଦିଅନ୍ତୁ । ଏବେ ଆଉ ଏକ ପାତ୍ରରେ ଦହି ସହ କିଛି ଚିନି ମିଶାନ୍ତୁ । କଟା ଯାଇଥିବା ବେସନକୁ ଏଥିରେ ପକାଇ ଦିଅନ୍ତୁ । ଏବେ ଏଥିରେ କାଜୁ, କିସମିସ, ବାଦାମ ସମେତ ଚିରଞ୍ଜି ମିଶାନ୍ତୁ । ଉପରେ କିଛି ଜିରା ପାଉଡର ଆଉ କଳା ଲୁଣ ଦେଇ ନିଜେ ଚାଖନ୍ତୁ ଆଉ ଚଖାନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.