ଏବେ ଶ୍ରମିକଙ୍କୁ ମିଳିବ ମାସିକ ପେନସନ୍‌, ଜାଣନ୍ତୁ ସରକାରଙ୍କ ଏହି ନୂଆ ସ୍କିମ ବିଷୟରେ

କେନ୍ଦ୍ର ସରକାର ଏବେ ଶ୍ରମିକ ମାନଙ୍କ ପାଇଁ ଆଣିଛନ୍ତି ପେନସନ ଯୋଜନା। ପେନସନ ଶ୍ରମ ଯୋଗୀ ମାନଧନ ଯୋଜନା ମୁତାବିକ ଅସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଶାନଦାର ଲାଭ ମିଳିବ। ଦିନ ମଜୁରିଆ ମଧ୍ୟ ଏହି ଯୋଜନାର ସୁବିଧା ଉଠାଇପାରିବେ।

ସରକାରଙ୍କ ଏହି ଯୋଜାନା ମୁତାବିକ ତାଙ୍କୁ ପେନସନର ଗ୍ୟାରେଣ୍ଟି ମିଳିବ। ଏହି ଯୋଜନାରେ କେବଳ ୨ ଟଙ୍କା ଜମା କଲେ ବାର୍ଷିକ ୩୬ ହଜାର ଟଙ୍କା ମିଳିବ।

ଏହି ୧୮ ବର୍ଷ ବୟସର ଲୋକ ୨ଟଙ୍କା ବଞ୍ଚାଇ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ। ୪୦ ବର୍ଷ ବୟସର ବ୍ୟକ୍ତି ଏହି ସ୍କିମର ଲାଭ ଉଠାଇବା ପାଇଁ ହେଲେ ତାଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ହେବ। ସେହିପରି ୬୦ ବର୍ଷରୁ ଅଧିକ ହେଲେ ମାସିକ ୩ହଜାର ଟଙ୍କା ଜମା କରିବାକୁ ହେବ।
ଏଥିପାଇଁ ଜରୁରୀ ଦସ୍ତାବିଜ ମଧ୍ୟ ଦରକାର:
-ପ୍ରଥମେ କମନ ସର୍ଭିସ ସେଣ୍ଟରରେ ପଞ୍ଜିକରଣ କରନ୍ତୁ।
– ସିଏସସି ସେଣ୍ଟରରେ ଶ୍ରମିକ ମାନେ ନିଜର ରେଜିଷ୍ଟ୍ରେସନ କରିପାରିବେ।
-ଏଥିପାଇଁ ସରକାର େଓ୍ଵବ ପୋର୍ଟାଲ ମଧ୍ୟ ଖୋଲିଛନ୍ତି।
-ଭରିଥିବା ସବୁ ତଥ୍ୟ ଭାରତ ସରାକରଙ୍କ ପାଖରେ ରହିବ।

ତେବେ ଏହା ସମ୍ପର୍କରେ ସବୁ ତଥ୍ୟ ଜାଣିବା ପାଇଁ ୧୮୦୦୨୬୭୬୮୮୮ ଟୋଲ ଫ୍ରି ନମ୍ବରକୁ କଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.