PPF କୁ ନେଇ ସରକାରଙ୍କ ବଡ ପରିବର୍ତ୍ତନ , ଏତିକି ସୁଧ ହାରରେ ଲୋକଙ୍କୁ ମିଳିବ ଜୋରଦାର ରିଟର୍ଣ୍ଣ
PPF କୁ ନେଇ ବଦଳିଲା ନିୟମ। PPF କୁ ନେଇ ସରକାରଙ୍କ ବଡ ପରିବର୍ତ୍ତନ। ପିିପିଏଫ ସୁଧ ହାରରେ ଲୋକଙ୍କୁ ମିଳିବ ଜୋରଦାର ରିଟର୍ଣ୍ଣ ପିିପିଏଫରେ ୧୫ ବର୍ଷର ଲକ ଇନ ପିରିୟଡ ରହିଥାଏ। ଯାହାର ଅର୍ଥ ହେଉଛି ନିବେଶକ ସମୟ ସମାପ୍ତ ହେବା ପୂର୍ବରୁ ଟଙ୍କା ବାହାର କରିପାରିବେ ନାହିଁ। ୧୫ ବର୍ଷ ପରେ ଏହି ସ୍କିମରୁ ମ୍ୟାଚୁରିଟି ପରେ ଭଲ ରକମର ରାଶି ମିିଳିଥାଏ।
ପିିପିଏଫରେ ୧୫ ବର୍ଷର ଲକ ଇନ ପିରିୟଡ ରହିଥାଏ। ଯାହାର ଅର୍ଥ ହେଉଛି ନିବେଶକ ସମୟ ସମାପ୍ତ ହେବା ପୂର୍ବରୁ ଟଙ୍କା ବାହାର କରିପାରିବେ ନାହିଁ। ୧୫ ବର୍ଷ ପରେ ଏହି ସ୍କିମରୁ ମ୍ୟାଚୁରିଟି ପରେ ଭଲ ରକମର ରାଶି ମିିଳିଥାଏ। ତେବେ ବି କିଛି ନିୟମ ରହିଛି ଯାହାକୁ ଧ୍ୟାନ ଦେଲେ ଆପଣ ଜରୁରୀ କାଳୀନ ସ୍ଥିତିରେ ଟଙ୍କାକୁ ବାହାର କରିପାରିବେ। ପିତାମାତା ନିଜ ପିଲାଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ଏମିତିରେ ଯଦି ପିପିଏଫ ଆକାଉଣ୍ଟ ରେ ଆପଣ ଟଙ୍କା ନିବେଶ କରୁଛନ୍ତି ତେବେ ବଢିଆ ଫାଇଦା ପାଇବେ । ଏଥିରେ ରିଟର୍ଣ୍ଣ ସୁରକ୍ଷିତ ଥାଏ । ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ହେଉଛି ଏକ ଯୋଜନା ଯାହା EEE ଟ୍ୟାକ୍ସ ସୁବିଧା ପ୍ରଦାନ କରେ । ଏବେ ଜାଣନ୍ତୁ ସରକାର ଏହାକୁ ନେଇ କଣ ନିଷ୍ପତି ନେଇଛନ୍ତି ..
ସୂଚନା ମୁତାବକ ଏଥିରେ ଦୀର୍ଘ ୧୫ ବର୍ଷର ଲକ୍-ଇନ୍ ଅବଧି ଅଛି ।ପିଲାଙ୍କ ପାଇଁ ପିପିଏଫ୍ ଆକାଉଣ୍ଟ୍ ବହୁତ ଭଲ । PPF ଖାତା ଖୋଲିବା ପାଇଁ ଡାକଘର କିମ୍ବା ବ୍ୟାଙ୍କ ଶାଖା କୁ ଯାଇ ଖୋଲାଯାଇପାରିବ । ପିତାମାତା ମିଶି ଏହି ଖାତା ଖୋଲିପାରିବେ । । ପିତାମାତାଙ୍କ ମୃତ୍ୟୁ ପରେ ସେ ଆଇନଗତ ଅଭିଭାବକ ନହେବା ପର୍ଯ୍ୟନ୍ତ ନାବାଳକ ପିଲାଙ୍କ ପାଇଁ ଜେଜେବାପାଙ୍କ ଦ୍ୱାରା ଏକ ପିପିଏଫ୍ ଆକାଉଣ୍ଟ ଖୋଲାଯାଇପାରିବ ନାହିଁ ।
ଆବଶ୍ୟକ ଡକ୍ୟୁମେଣ୍ଟ୍:
ଅଭିଭାବକଙ୍କୁ ପିପିଏଫ୍ ଆକାଉଣ୍ଟ ଖୋଲିବା ଫର୍ମରେ ନାବାଳିକାଙ୍କ ସହିତ ତାଙ୍କର ବିବରଣୀ ଦେବାକୁ ପଡିବ । ପିତାମାତାଙ୍କ KYC ଡକ୍ୟୁମେଣ୍ଟ, ଫଟୋଗ୍ରାଫ୍, ନାବାଳକ ଶିଶୁର ବୟସ ପ୍ରମାଣ (ଆଧାର କାର୍ଡ କିମ୍ବା ଜନ୍ମ ପ୍ରମାଣପତ୍ର) ସହିତ ଫର୍ମ ସହିତ ପିପିଏଫ୍ ଆକାଉଣ୍ଟରେ ୫୦୦ ଟଙ୍କା ଜମା କରିବାକୁ ପଡିବ । ଏକ ଆର୍ଥିକ ବର୍ଷରେ ନ୍ୟୁନତମ ଅବଦାନ ୫୦୦ ଟଙ୍କା ଏବଂ ସର୍ବାଧିକ ଅବଦାନ ୧.୫ଲକ୍ଷ ଟଙ୍କା । ସେହିଭଳି ଆପଣଙ୍କର ଏବଂ ନାବାଳକ ଶିଶୁର PPF ଆକାଉଣ୍ଟରେ ବାର୍ଷିକ ଅବଦାନ ୧.୫୦ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ପିପିଏଫ୍ ସୁଧ ହାର ହେଉଛି ଏନୁମ୍ ୭.୧% ।
ଲକ୍-ଇନ୍ ଅବଧି:
ଯଦି ଛୋଟ ଥିବାବେଳେ ପିଲା ପାଇଁ PPF ଖାତା ଖୋଲଯାଏ , ବୟସ ହେବା ବେଳକୁ ଲକ୍-ଇନ୍ ଅବଧି ସରି ଆସିବ । ମାନେ ଯେତେବେଳେ ପିଲାଟି ୧୦ ବର୍ଷ ର ଥିବ ସେତେବେଳେ ପିଲା ଟି ପାଇଁ PPF ଆକାଉଣ୍ଟ ଖୋଲିଲେ ଏହି PPF ଆକାଉଣ୍ଟ୍ ୧୫ ବର୍ଷର ଲକ୍-ଇନ୍ ଅବଧି ଶେଷ ହେଲା ସମୟରେ ପିଲା କୁ ୨୫ ବର୍ଷ ହୋଇଯାଇଥାଏ ।
ବର୍ତ୍ତମାନ ପିପିଏଫ ଆକାଉଣ୍ଟ ପାଇଁ ୭.୧% ବାର୍ଷିକ ଆଧାରରେ ସୁଧ ପ୍ରଦାନ କରୁଛି। ତେବେ ଆଗକୁ ଏହାର ସୁଧ ହାର ବଦଳିଲେ ଲୋକମାନେ ସେହି ହିସାବରେ ଏହାର ଫାଇଦା ପାଇବେ। ଏହାସହିତ ପିପିଏଫ ଆକାଉଣ୍ଟରେ ଏକ ଆର୍ଥିକ ବର୍ଷରେ ଅତି କମରେ ୫୦୦ ଟଙ୍କା ଅଧିକତମ ଭାବେ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ଏମିତି କଲେହିଁ ଜଣଙ୍କ ଖାତା ଠିକ ଭାବେ ଚାଲିବ। ଏମିତି ଯଦି ନହୁଏ ତେବେ ସମସ୍ୟା ହୋଇପାରେ। ଏମିିତି ପରିସ୍ଥିତିରେ ଯଦି ଲୋକମାନେ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁନାହାନ୍ତି ତେବେ ତାଙ୍କ ଆକାଉଣ୍ଟ ଡାରମେଣ୍ଟ ହୋଇଯିବ। ସେମିତି ପିପିଏଫ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଓ ମ୍ୟାଚୁରିଟି ରେ ମିଳୁଥିବା ଟଙ୍କା ରେ ଟାକ୍ସ ଲାଗେ ନାହିଁ।