ମୋଦି ସରକାର ଆଣିଲେ ବଢ଼ିଆ ସ୍କିମ୍‌, ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ଲୋକଙ୍କୁ ମିଳିବ ଜବରଦସ୍ତ ଫାଇଦା

ଦେଶରେ ଗରିବ ଲୋକଙ୍କ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସ୍କିମ୍‌ କାର୍ଯ୍ୟକାରୀ କରାଯାଉଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗରିବ ଅସହାୟଙ୍କୁ ଆର୍ଥିିକ ସହାୟତା ଠାରୁ ନେଇ ମାଗଣା ରାସନ ମଧ୍ୟ ଦିଆଯାଉଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଜରିଆରେ ଗରିବଙ୍କୁ ଏଲପିଜି କନେକସନ ଦେବା ପାଇଁ ମଧ୍ୟ ଯୋଜନା କରାଯାଉଛି। ମୋଦି ସରକାର ଏଥିପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଆରମ୍ଭ କରିଥିଲେ। ୨୦୧୬ ମଇ ମାସରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’କୁ ଏକ ପ୍ରମୁଖ ଯୋଜନା ରୂପେ ଲଞ୍ଚ୍‌ କଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳ ଏବଂ ଅସହାୟ ପରିବାରକୁ ରନ୍ଧନ ଗ୍ୟାସ ଭଳି ସ୍ୱଚ୍ଛ ଖାଦ୍ୟ ରାନ୍ଧିବାକୁ ଇନ୍ଧନ ଉପଲବ୍ଧ କରାଇବା। ଜାଳ କାଠ, କୋଇଲା, ଗୋବର ଆଦିକୁ ଗାଁର ମହିଳାମାନେ ପାରମ୍ପରିକ ଭାବେ ଖାଦ୍ୟ ବନାଇବା ସମୟରେ ବ୍ୟବହାର କରୁଥିଲେ। ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ସମେତ ପରିବେଷକୁ ମଧ୍ୟ ଖରାପ ପ୍ରଭାବ ପକାଉଥିଲା।

lpgପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଜରିଆରେ ଚଲାଯାଉଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ବିପିଏଲ ପରିବାରଙ୍କୁ ଏଲପିଜି କନେକସନ୍‌ ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କନେକସନ୍‌ ପାଇଁ ଗ୍ୟାସ ଷ୍ଟୋଭ କିଣିବା ଏବଂ ସିଲିଣ୍ଡରକୁ ପୁଣି ଥରେ ଭରିବା ପାଇଁ ବିନା ସୁଧରେ ଲୋନ୍‌ ମଧ୍ୟ ପ୍ରଦାନ କରାଯାଉଛି। ସେହିପରି ଏଲପିଜି କନେକସନର ପ୍ରଶାସନିକ ଖର୍ଚ୍ଚ ସରକାର ବହନ କରିବେ।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଗ୍ୟତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଯଦି ଏହାକୁ ଧ୍ୟାନରେ ରଖିବା ତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ଆପଣ ବି ଉଠାଇପାରିବେ।

ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଯୋଗ୍ୟତା

  • ଭାରତୀୟ ନାଗରିକ ହୋଇଥିବା ଉଚିତ।
  • ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ।
  • ବିପିଏଲ ପରିବାରର ମହିଳା ହୋଇଥିବା ଉଚିତ, ଯାହାଙ୍କ ପାଖରେ ଏଲପିଜି କନେକସନ୍‌ ନଥିବ।
  • ଅନ୍ୟ ସମାନ ଯୋଜନା ଅନ୍ତର୍ଗତ କୌଣସି ବି ଲାଭର ଫାଇଦା ଯେପରି ଉଠାଇନଥିବେ।
  • ଲାଭାର୍ଥୀଙ୍କୁ ଏସସି, ଏସଟି ପରିବାରର, ପିଏମଏଓ୍ଵାଇ (ଗ୍ରାମୀଣ), ଏଏଓ୍ଵାଇ, ଅତି ପଛୁଆ ବର୍ଗ (ଏମବିସି), ବନବାସୀ, ରିଭର ଆଇଲ୍ୟାଣ୍ଡରେ ରହୁଥିବା ଲୋକ କିମ୍ବା ଜନଜାତି ଅନ୍ତର୍ଗତ ଏସଇସିସି ୨୦୧୧ କିମ୍ବା ବିପିଏଲ ପରିବାରଙ୍କୁ ସୂଚିରେ ସାମିଲ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.