ଅନଲାଇନ କିଣିପାରିବେ ବିଦେଶୀ ମୁଦ୍ରା, ଆରବିଆଇ ଅଗଷ୍ଟ ମାସରୁ ଆରମ୍ଭ କରିବ ଏହି ସୁବିଧା

ବିଦେଶ ଯିବାକୁ ଚାହୁଁଥିବା କୌଣସି ବ୍ୟକ୍ତି କିମ୍ବା ଛୋଟ ବ୍ୟବସାୟୀ ଅଗଷ୍ଟ ମାସ ଠାରୁ ଅନଲାଇନ ବିଦେଶୀ ମୁଦ୍ରା କିଣିପାରିବେ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟଙ୍କ୍ ଜଲଦି ଏକ ପ୍ଲାଟଫର୍ମକୁ ଆରମ୍ଭ କରିବାକୁ ଯାଉଛି। ଆରବିଆଇ ଏହାର ନିଜେ ଘୋଷଣା କରି ଏକ ଷ୍ଟେଟମେଣ୍ଟ ଜାରୀ କରିଛି।

ଏହି ସଂସ୍ଥା ଉନ୍ନତି କରିଛି ପ୍ଲାଟଫର୍ମ

ଆବିଆଇ କହିଲାଯେ କ୍ଲିୟରିଂ କର୍ପୋରେସନ ଅଫ୍ ଇଣ୍ଡିଆ ଏକ ନୂଆ ପ୍ଲାଟଫର୍ମକୁ ଡେଭଲପ୍ କରିଛନ୍ତି। ଏହି ପ୍ଲାଟଫର୍ମ ଏବେ ପରୀକ୍ଷଣ ଚାଲୁଛି। ଅଗଷ୍ଟ ମାସ ଆରମ୍ଭରୁ ସାଧାରଣ ଜନତା ଏହି ପ୍ଲାଟଫର୍ମକୁ ଉପଯୋଗ କରିପାରିବେ।

୨୦୧୭ରେ ଦେଇଥିଲେ ପ୍ରସ୍ତାବ

ବିଦେଶୀ ମୁଦ୍ରାର ବ୍ୟାପାର ଏବେ ସମ୍ପୂର୍ଣ୍ଣ ଭାବରେ ସଂଗଠିତ ହୋଇନାହିଁ। ବିଦେଶୀ ମୁଦ୍ରା କିଣିବା ପାଇଁ ଲୋକଙ୍କୁ ଏକ ରୁ ତିନି ପ୍ରତିଶତ କମିସନ ଦେବାକୁ ହୋଇଥାଏ। ଏହାକୁ ଧ୍ୟାନରେ ରଖି ୨୦୧୭ରେ ବ୍ୟାଙ୍କ୍ ଏକ ଅନଲାଇନ ପ୍ଲାଟଫର୍ମ ବନାଇବାର ପ୍ରସ୍ତାବ ଦେଇଥିଲେ।

ବିକା-କିଣା ପରିପାରିବେ ବିଦେଶୀ ମୁଦ୍ରା

ଏହି ପ୍ଲାଟଫର୍ମ ଆରମ୍ଭ ହୋଇଯିବା ପରେ ସାଧାରଣ ଜନତା ବିଦେଶୀ ମୁଦ୍ରାକୁ ଗୋଟିଏ କ୍ଲିକରେ ସହଜରେ ପାଇପାରିବେ ଏବଂ କିଣି ମଧ୍ୟ ପାରିବେ। ଏହା ଉପରେ ତାଙ୍କୁ କମିସନ ମଧ୍ୟ ଦେବାକୁ ହେବ। ଲୋକମାନଙ୍କୁ ଇଣ୍ଟର-ବ୍ୟାଙ୍କ୍ ରେଟ ପାଖାପାଖି ବିଦେଶୀ ମୁଦ୍ରା କିଣିବା କିମ୍ବା ବିକ୍ରି କରିବାର ଅବସର ମିଳିବ।

୧ ଜୁଲାଇ ଠାରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ

ଫରେନ ଏକ୍ସଚେଞ୍ଜ ଡିଲର ଆସୋସିଏସନ ନିଜର ସମସ୍ତ ସଦସ୍ୟ କହିଛି ଯେ ନୂଆ ପ୍ଲାଟଫର୍ମରେ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ ଜୁଲାଇ ୧ ରୁ ଆରମ୍ଭ ହେବ। ଡିଲର୍ସଙ୍କ ମୁତାବତ ଏହି ପ୍ଲାଟଫର୍ମ ଜରୀଆରେ ଯେଉଁ ନୋଟ ବିକ୍ରି କରାଯିବ, ତାହା ଦେଶ ଫେରିବା ସମୟରେ ଲୋକଙ୍କ ଠାରୁ ନିଆଯିବ। ଏହାଛଡା ଏନଆରଆଇ ମଧ୍ୟ ସାମିଲ ଅଛନ୍ତି, ଯେଁଉମାନେ ଭାରତରେ ବ୍ୟାଙ୍କକୁ ନିଜର ଡଲାର ବିକ୍ରି କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.