ଜଗନ ମୋହନ ରେଡୀଙ୍କ ଐତିହାସିକ ନିଷ୍ପତ୍ତି, ଆନ୍ଧ୍ରରେ ରହିବେ ୫ ଉପମୁଖ୍ୟମନ୍ତ୍ରୀ

ଜଗନ ମୋହନ ରେଡୀଙ୍କ ଐତିହାସିକ ନିଷ୍ପତ୍ତି । ଆନ୍ଧ୍ରପ୍ରଦେଶରେ ଏବେ ଜଣେ ନୁହେଁ ରହିବେ ୫ ଉପମୁଖ୍ୟମନ୍ତ୍ରୀ । କୌଣସି କ୍ୟାବିନେଟରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦେଶର ପ୍ରଥମ ଘଟଣା । କାରଣ ଏହା ପୂର୍ବରୁ କୌଣସି ରାଜ୍ୟରେ ଆଜି ଯାଏଁ ୫ ଜଣ ଉପମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି । ରେଡୀଙ୍କ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ଅଳ୍ପ ସଂଖ୍ୟକ ଏବଂ କାପୁ ସମୁଦାୟରୁ ଜଣେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ହେବେ । ଆଜି ଦଳର ବିଧାୟକଙ୍କ ବୈଠକ ପରେ ଏହି ଘୋଷଣା କରିଛନ୍ତି ରେଡୀ ।

ଏହା ସହ ସେ ଏକଥା ମଧ୍ୟ କହିଛନ୍ତି ଯେ ଅଢେଇ ବର୍ଷ ପରେ କ୍ୟାବିନେଟରେ ପରିବର୍ତ୍ତନ ହେବ । ବିଧାୟକମାନେ ଲୋକମାନଙ୍କୁ ସମସ୍ୟାକୁ ପ୍ରଥମେ ଧ୍ୟାନ ଦେବେ । ଏବେ ସରକାରଙ୍କ ପ୍ରଦର୍ଶନ ଉପରେ ଅତି ନିକଟରୁ ଦେଖୁଛନ୍ତି ଲୋକ । ତେଣୁ ସେ ରାଜ୍ୟବାସୀଙ୍କୁ ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାରଙ୍କ ମଧ୍ୟରେ ଅନ୍ତର ଦେଖାଇବାକୁ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.