Jio GigaFiber ର ନୂଆ ସର୍ଭିସ୍ ହେଲା ଲଂଚ, ଏବେ ମାତ୍ର ଅଧା ଦାମରେ ମିଳିବ କନେକ୍ସନ୍

ରିଲାଏନ୍ସ ଗିଗା ଫାଇବର୍ କନେକ୍ସନ୍ ଶସ୍ତାରେ ପାଇବାକୁ ଚାହୁଁଛନ୍ତି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଆପଣଙ୍କର ଏହି ଇଛାକୁ ପୁରା କରିବା ପାଇଁ ଜିଓ ଗିଗାଫାଇବରର ନୂଆ ଭର୍ସନ ଆଣିଛି କମ୍ପାନୀ । ଜିଓ ନିଜର ନୂଆ ବ୍ରଡବ୍ୟାଣ୍ଡ କନେକ୍ସନ୍ ପୁରୁଣା କନେକ୍ସନଠୁ ୨ହଜାର ଟଙ୍କା କମରେ ଦେଉଛି । ଆସନ୍ତୁ ଜାଣିବା ନୂଆ କନେକ୍ସନ୍ ଏବଂ ଏହାର ଅଫର୍ ବିଷୟରେ ।

ସର୍ବପ୍ରଥମେ କମ୍ପାନୀ ଜିଓ ଗିଗା ଫାଇବର୍ କନେକ୍ସନ୍ ଦେବା ପୂର୍ବରୁ ଗ୍ରାହକଙ୍କଠୁ ସିକ୍ୟୁରିଟି ବାବଦରେ ୪୫୦୦ ଟଙ୍କା ନେଉଥିଲା । କିନ୍ତୁ ଏବେ ଏହା କମି ହୋଇଯାଇଛି ୨୫୦୦ ଟଙ୍କା । ଯାହା ପରେ ଫେରସ୍ତ ପାଇବେ । ତେବେ ଗିଗାଫାଇବରର ଏହି ନୂଆ ଭର୍ସନ୍ କମ୍ ସ୍ପିଡ୍ ସହ ଆସିବ । ଏହି କନେକ୍ସନ୍ ସହ ଆପଣଙ୍କୁ ଗୋଟିଏ ୱାଇ ଫାଇ ରାଉଟର୍ ମଧ୍ୟ ମିଳିବ ଯାହା ସିଙ୍ଗିଲ୍ ବ୍ୟାଣ୍ଡକୁ ସପୋର୍ଟ କରିଥାଏ । ତେବେ ଏଥିରେ ୧୦୦ ଏମବିପିଏସ୍ ପରିବର୍ତ୍ତେ ୫୦ ଏମବିପିଏସ୍ ମିଳିବ । ଏନେଇ ଜଣେ ଟୁଇଟର୍ ୟୁଜର କହିଛନ୍ତି । କିନ୍ତୁ କମ୍ପାନୀ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନୂଆ କନେକ୍ସନରେ ଗ୍ରାହକଙ୍କୁ ମାସିକ ୧୧୦୦ ଜିବି ଡାଟା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.