ରେଶମ ସହରରେ ଆକର୍ଷଣ ପାଲିଟିଛି ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ କଳାକୃତି

ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ସୁନ୍ଦର ଓ ରାଜ୍ୟର ଏକନମ୍ବର ସହରଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଅମୃତ ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସିଟି ଦୗଡରେ ଥିବା ରେଶମ ସହର ବ୍ରହ୍ମପୁର ଯେମିତି ଚଳିତ ସର୍ଭେରେ ସ୍ମାର୍ଟ ତାଲିକା ଭୁକ୍ତ ହେବ ସେଥିପାଇଁ ଜୋରସୋର ଉଦ୍ୟମ କରୁଛନ୍ତି ନିଗମ କର୍ତ୍ତୃପକ୍ଷ । ସହରର ବିଭିନ୍ନ ସ୍ଥାନରେ ପାର୍କ,ସ୍ମାରକୀ ଓ ପ୍ରାଚୀରରେ ଚିତ୍ର କରାଯାଇଥିବା ବେଳେ ବର୍ତ୍ତମାନ ସହରର ପ୍ରମୁଖ ଛକମାନଙ୍କରେ ବିଭିନ୍ନ ପଶୁ ଓ ପକ୍ଷୀଙ୍କର ବିରାଟକାୟ ପ୍ରତିକୃତି ସ୍ଥାପନ କରାଯାଇଛି । ଯାହାକି ସହରର ସୌନ୍ଦର୍ଯ୍ଯକୁ ବୃଦ୍ଧି କରିବାରେ ସହାୟକ ହୋଇଛି । ତେବେ ଏହି ସବୁ ପ୍ରତିକୃତି ଅଲୋଡା ବା ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ କରାଯାଇଛି   ।

berhampurସହରରେ ସ୍ଥାପନ ହେଉଥିବା ଏହି ପ୍ରତିକୃତିଗୁଡିକ ନିର୍ମାଣ କରିଛନ୍ତି ଭୂବନେଶ୍ୱରରୁ ଆସିଥିବା ଏକ ସ୍ୱତନ୍ତ୍ର କଳାକାର ଗୋଷ୍ଠୀ । ଅଦରକାରୀ ସାମଗ୍ରୀରେ ନିଜର ହାତର  ସ୍ପର୍ଶ ଦେଇ ସେଗୁଡିକରେ ଜୀବନ ଦେଇଛନ୍ତି ।

berhampur ବ୍ରହ୍ମପୁର ସହରର ମୋଟ ୧୦ଟି ସ୍ଥାନରେ ୧୦ଟି ପ୍ରତିକୃତି ସ୍ଥାପନ କରାଯାଇଥିବା ବେଳେ ସେଥିରେ ଚିଙ୍ଗୁଡି, ଛଞ୍ଚାଣ, ମୟୁର, ବାଘ, ଅଲିଭ୍‌ରିଡଲେ କଇଁଛ, ହାତୀ,ଷଣ୍ଢ,କଙ୍କଡା ଓ ବୁଦ୍ଧଙ୍କ ବିରାଟକାୟ ମୁଣ୍ଡ ରହିଛି । ସହରର ପ୍ରମୁଖ ଛକମାନଙ୍କରେ ଏଭଳି ପ୍ରତିକୃତିଗୁଡିକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି  । ଏହା ସହ ଏହି ପ୍ରତିକୃତି ମାଧ୍ୟମରେ ବିଭିନ୍ନ ପଶୁ ଓ ପକ୍ଷୀଙ୍କ ସଂରକ୍ଷଣ ହେବା ନେଇ ସଚେତନତାର ବାର୍ତ୍ତା ଦିଆଯାଇଛି  । ଯାହାକୁ ନେଇ ନିଗମ କର୍ତ୍ତୃପକ୍ଷଙ୍କ ଏଭଳି ଉଦ୍ୟମକୁ ସହରବାସୀ ପ୍ରସଂଶା ମଧ୍ୟ କରିଛନ୍ତି  ।

berhampurବ୍ରହ୍ମପୁର ସହରରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଭିନ୍ନ ପାର୍କ ଓ ଫାଉଣ୍ଟେନ୍‌ ସହରର ସୌନ୍ଦର୍ଯ୍ଯ ବଢାଇବା ସହ ସହରବାସୀ ଓ ଆଗନ୍ତୁକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.