ଟ୍ରେନ୍‌ରେ ଯିବା ଆସିବା କଲେ ୧୪ ଦିନ ଯାଏଁ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌ରେ‌, ଲାଗୁ ହେଲା ନୂଆ ନିୟମ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ହାର ଓଡ଼ିଶାରେ ବି ବଢ଼ୁଛି। କେବଳ ସଂକ୍ରମଣ ନୁହେଁ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଣୁ କରୋନା ରୋକିବାକୁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଇତି ମଧ୍ୟରେ କରୋନା ରୋକିବା ପାଇଁ ବିହାରର ପାଟନା ଜିଲ୍ଲାରେ କଡ଼ା ନିୟମ ପ୍ରଣୟନ କରାଯାଇଛି।

Seven days' home quarantine must for domestic passengers coming to ...

ପାଟନାରେ ଜିଲ୍ଲା ପ୍ରଶାସନ ତରଫରୁ ଅନ୍ୟ ସହରରୁ ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଲାଗୁ କରାଯାଇଛି। ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ସମୟରେ ବ୍ୟକ୍ତି ଜଣକ ଘରୁ ବାହାରକୁ ବାହାରିପାରିବେ ନାହିଁ। ଏଥିସହ ସେ କାହା ସହ ସାକ୍ଷାତ କରିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ଏନେଇ ଯାତ୍ରା କରିବା ପୂର୍ବରୁ ହିଁ ସୂଚିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

IRCTC cancels bookings till April 30 on 3 privately run trains ...

ଦାନାପୁର ମଣ୍ଡଳର ଜନସମ୍ପର୍କ ଅଧିକାରୀ ପୃଥ୍ଵୀରାଜ କହିଛନ୍ତି ଲକ୍‌ଡାଉନ୍‌ ବେଳେ ଷ୍ଟେସନ୍‌ ପର୍ଯ୍ୟନ୍ତ ଯିବା ଆସିବାରେ କୌଣସି ସମସ୍ୟା ନ ହେବା ପାଇଁ ଷ୍ଟେସନରେ ଅଟୋ ଚଳାଚଳ ଜାରି ରହିବ। ଯାତ୍ରୀଙ୍କର ଟିକେଟ୍‌ ପାସ୍‌ ଭଳି କାମ କରିବ। ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦାନାପୁର ମଣ୍ଡଳ ରେଳ କାର୍ଯ୍ୟାଳୟକୁ ୧୦ରୁ ୧୬ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.