ଆରବିଆଇ ଆଣିଲା ନୂଆ ନିୟମ: ଡିସେମ୍ବରରୁ ବଦଳିଯିବ ଡିଜିଟାଲ ଟ୍ରାଞ୍ଜାକ୍ସନର ଶୈଳୀ, ୨୪ ଘଣ୍ଟା ମିଳିବ ଏହିସବୁ ସୁବିଧା

ଯଦି ଆପଣ ଡିଜିଟାଲ ଦେଣନେଣ କରୁଥାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରିଅଲ ଟାଇମ ଗ୍ରୋସ ସେଟଲମେଣ୍ଟ ଅର୍ଥାତ୍‌ ଆରଟିଜିଏସ୍‌ର ସୁବିଧାକୁ ୨୪ ଘଣ୍ଟା ପାଇଁ ଯୋଗାଇଦେବା ପାଇଁ ଘୋଷଣା କରିଛି। ତେବେ ଆସନ୍ତୁ ଜାଣିବା, କ’ଣ ଏହି ସୁବିଧା…

ଆରଟିଜିଏସ ହେଉଛି ଡିଜିଟାଲ ଫଣ୍ଡ ଟ୍ରାନ୍ସଫର କରିବାର ଉପାୟ। ଏହା ସାହାଯ୍ୟରେ ବହୁତ କମ୍‌ ସମୟରେ ପଇସା ଟ୍ରାନ୍ସଫର ହୋଇପାରେ। RTGSର ବ୍ୟବହାର ମୁଖ୍ୟତଃ ବଡ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଆବଶ୍ୟକ ହୋଇଥାଏ। ଯେଉଁଥିରେ ସର୍ବନିମ୍ନ ୨ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୧୦ ଲକ୍ଷ ଟଙ୍କା ପଠାଇବାର ସୁବିଧା ରହିଛି। ଏହି ସୁବିଧାର ଫାଇଦା ବହୁତ ଲୋକ କରୁଛନ୍ତି। କିନ୍ତୁ ଏହି ସୁବିଧା ସୀମିତ ସମୟ ପାଇଁ ଉପଲବ୍ଧ ରହିଥାଏ। କିନ୍ତୁ ଗତ ବର୍ଷ ଆରବିଆଇ ଆରଟିଜିଏସ୍‌ରେ ଗ୍ରାହକଙ୍କୁ ଦେଣନେଣ କରିବାର ସମୟକୁ ସାଢେ ୪ଟାରୁ ବଢାଇ ୬ ଯାଏଁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

bank traction1

ଖବର ମୁତାବକ, ଏବେ ଏହି ସୁବିଧା ସନ୍ଧ୍ୟା ୬ ନୁହେଁ ବରଂ ୨୪ ଘଣ୍ଟା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଅର୍ଥାତ୍‌ ଆପଣ କୌଣସି ସମୟରେ ମଧ୍ୟ କାହାକୁ ଆରଟିଜିଏସ୍‌ ଜରିଆରେ ପଇସା ଟ୍ରାନ୍ସଫର କରିପାରିବେ। ଏହି ସୁବିଧା ଡିସେମ୍ବର ଠାରୁ ଲାଗୁ ହେବ।

ସୂଚନାଯୋଗ୍ୟ, ଡିସେମ୍ବର ୨୦୧୯ରୁ ଆରବିଆଇ ନ୍ୟାସନାଲ ଇଲେକ୍ଟ୍ରନିକ ଫଣ୍ଡ ଟ୍ରାନ୍ସଫରNEFT ର ସୁବିଧା ୨୪ ଘଣ୍ଟା ପାଇଁ ଲାଗୁ କରିଥିଲା। ଏହା ମଧ୍ୟ ଏକ ପେମେଣ୍ଟ କରିବାର ମାଧ୍ୟମ। କିନ୍ତୁ ଏଥିରେ ପଇସା ପେମେଣ୍ଟ କରିବାର ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ କିଛି ସମୟ ଲାଗିଥାଏ।

You might also like