ଖୁସିଖବର ! ୧୨ ଦିନ ପରେ ଶସ୍ତା ହେଲା ଡିଜେଲ, ପେଟ୍ରୋଲ ଦର ବି ହ୍ରାସ

ଆନ୍ତର୍ଜାତୀୟ ମାର୍କେଟରେ କ୍ରୁଡ ଅଏଲ ଦାମ ବ୍ରୁଦ୍ଧି ହେଉଥିବାବେଳେ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ଦର ହ୍ରାସ ପାଉଛି। ୧୨ ଦିନ ପରେ ଆଜି ଡିଜେଲର ଦର ଶସ୍ତା ହୋଇଛି। ଏହାସହିତ ଆଜି ପେଟ୍ରୋଲ ଦର ମଧ୍ୟ ହ୍ରାସ ପାଇଛି। ଆଜି ସକାଳେ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦରରେ ୬ ଟଙ୍କା ପ୍ରତି ଲିଟର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ୬ ଟଙ୍କା ଏବଂ ଡିଜେଲ ୭ ଟଙ୍କା ଶସ୍ତା ହୋଇଛି। ମଧ୍ୟପୂର୍ବରେ ବିକ୍ଷୋଭ କାରଣରୁ କଞ୍ଚା ତେଲର ଦାମ ବ୍ରୁଦ୍ଧି ପାଉଥିବା ଦେଖତବାକୁ ମିଳୁଛି।

ଆଜି କେତେ ରହିଛି ପେଟ୍ରୋଲ ଏବଂ ଡିଜେଲ ଦର

ଇଣ୍ଡିଆନ ଅଏଲର ୱେବସାଇଟ ଅନୁଯାୟୀ ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ଦାମ କ୍ରମଶଃ ୭.୩୫ ଟଙ୍କା, ୭୫.୮୫ ଟଙ୍କା, ୭୮.୮୫ ଟଙ୍କା, ୭୮,୯୬ ଟଙ୍କା ଏବଂ ୭୬.୧୯ ଟଙ୍କା ପ୍ରତି ଲିଟର ସ୍ତରରେ ରହିଛି। ଚାରି ମହାନଗରରେ ଡିଜେଲର ଦାମ ମଧ୍ୟ ପୁରୁଣା ସ୍ତର ଠାରୁ କ୍ରମଶଃ ୬୬.୧୮ ଟଙ୍କା, ୬୮.୨୯ ଟଙ୍କା ଏବଂ ୬୯.୩୭ ଟଙ୍କା ଏବଂ ୬୯.୯୧ ଟଙ୍କା ପ୍ରତି ଲିଟର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.