ସମସ୍ତ କାରରେ ବମ୍ପର ଡିସ୍‌କାଉଣ୍ଟ ଦେଉଛି Renault , ୭୦,୦୦୦ ଟଙ୍କା ଯାଏଁ ମିଳିବ ବେନିଫିଟ୍‌; ଜାଣନ୍ତୁ କ’ଣ ରହିଛି ଅଫର

ପାର୍ବଣ ଋତୁ ପାଇଁ ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ ପୂରା ପ୍ରସ୍ତୁତ ଅଛି। Renault ଇଣ୍ଡିଆ ଅକ୍ଟୋବର ୨୦୨୦ ପାଇଁ ନିଜ ଡିସ୍‌କାଉଣ୍ଟ ଅଫର ଜାରି କରିଛି। ଖାସ୍‌ କଥା ହେଉଛି ଯଦି କେହି ଗ୍ରାହକ ରେନଲ୍ଟର କାର ଅନ୍‌ଲାଇନ୍‌ରେ ବୁକ୍‌ କରିବାକୁ ଚାହାନ୍ତି ତେବେ ତାଙ୍କୁ ଅତିରିକ୍ତ ଲାଭ ମିଳିବ।

ଅକ୍ଟୋବର ମାସ ପାଇଁ Renault ନିଜ ସମସ୍ତ ଗାଡ଼ି ଉପରେ ୩.୯୯ ପ୍ରତିଶତ କମ୍‌ ସୁଧହାର ଅଫର ନେଇ ଆସିଛି। ଡଷ୍ଟରର ଆରଏକ୍ସଏସ୍‌ ଟିମ୍‌ରେ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି। ଏଥିସହ ଅନ୍ୟ ସମସ୍ତ ଗାଡ଼ି ଉପରେ ୨୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ମଧ୍ୟ ମିଳୁଛି।

Renault DUSTER:

duster

Renault ଏସ୍‌ୟୁଭିର ଦାମ୍‌ ୮.୫୯ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ କମ୍ପାନୀ ଏଥିରେ ୭୦ ହଜାର ଟଙ୍କାର ଲାଭ ଦେଉଛି। ଏହା ବ୍ୟତୀତ ଇଜି କେୟାର ପ୍ୟାକେଜ୍‌ ମଧ୍ୟ ଗ୍ରାହକଙ୍କୁ ୩ ବର୍ଷ ବା ୫୦ ହଜାର କିଲୋମିଟର ପାଇଁ ମିଳିବ। ଏହି ଏସ୍‌ୟୁଭି କାର ଉପରେ ୩୦ ହଜାରର କର୍ପୋରେଟ୍‌ ଡିସ୍‌କାଉଣ୍ଟ ମଧ୍ୟ ମିଳିବ।

Renault KWID:

kwid

Renault କ୍ୱିଡ୍‌ ୩ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏହା ସହ କମ୍ପାନୀ ୪୦ ହଜାର ଟଙ୍କାର ବେନିଫିଟ୍‌ସ ଦେଉଛି। ଏହାକୁ ଅଟୋମେଟିକ୍‌ କି ଅପସନ୍‌ ବି ଉପଲବ୍ଧ କରାଯିବ। ଗ୍ରାହକ ଏହି କାରକୁ ମଧ୍ୟ ୩.୯୯ ପ୍ରତିଶତ କମ୍‌ ସୁଧ ହାରରେ ନେଇ ପାରିବେ। ଏହା ଉପରେ ୯ ହଜାର ଟଙ୍କାର କର୍ପୋରେଟ୍‌ ଡିସ୍‌କାଉଣ୍ଟ ମିଳୁଛି।