ଏବେ ଆଉ ଇଲେକଟ୍ରିକ ଗାଡିରେ ଲାଗିବନି ନିଆଁ, ଆସନ୍ତା ମାସରେ ଲାଗୁ ହେବ ନୂଆ ସେଫଟି ଷ୍ଟାଣ୍ଡାର୍ଡ

ଇଲେକଟ୍ରିକ ଗାଡିରେ ଆଉ ଲାଗିବନି ନିଆଁ। ସରକାର ଲାଗୁ କଲେ ନୂଆ ସେଫଟି ଷ୍ଟାଣ୍ଡାର୍ଡ। ଟୁ-ହ୍ଵିଲର ଇଲେକଟ୍ରିକ ଭେଇକିଲରେ ନିଆଁ ଲାଗିବା ଘଟଣାର ବର୍ଦ୍ଧିତ ମାମଲା ମଧ୍ୟରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ବ୍ୟାଟେରୀ ସୁରକ୍ଷା ମାନକରେ ଏକ୍ସଟ୍ରା ସେଫଟି ପ୍ରୋଭିଜେନ ଲାଗୁ କରାଯାଇଛି। ଏହି ମାନକ ଏକ ଅକ୍ଟୋବରରେ ଲାଗୁ ହେବ। ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପରିବର୍ତ୍ତନରେ ବ୍ୟାଟେରୀ, ଅନ-ବୋର୍ଡ ଚାର୍ଜର, ବ୍ୟାଟେରୀ ପ୍ୟାକର ଡିଜାଇନ ଏବଂ ଇଣ୍ଟରନାଲ ସେଲ ସର୍ଟ ସର୍କିଟରେ ନିଆଁ ଲାଗିବାର କାରଣ ଥର୍ମାଲ ପ୍ରସାର ସହ ସମ୍ବନ୍ଧୀତ ଅତିରିକ୍ତ ସୁରକ୍ଷା ଫିଚର୍ସ ସାମିଲ ରହିଛି।

ଏକ ଅକ୍ଟେବାର ୨୦୨୨ରେ ଏହି ସେଗମେଣ୍ଟର ଇଲେକଟ୍ରିକ ବାହନ ପାଇଁ ସଂଶୋଧିତ ମାନକକୁ ବାଧ୍ୟତାମୂଳକ କରିବା ପାଇଁ ନୋଟିଫିକେସନ୍‌ ଆଧାରରେ କାମ ଚାଲୁଅଛି। ଯଦିଓ ଏହି ବର୍ଷ ଏପ୍ରିଲରେ ଓଲା ଇଲେକଟ୍ରିକ, ଓକିନାଓ୍ଵା ଏବଂ ପିଓର ଭଳି ଇଲେକଟ୍ରିକ ଟୁ-ହ୍ଵିଲରରେ ନିଆଁ ଲାଗିବା ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ଦେଖି ସରକାର ଏକ ସମିତି ଗଠିତ କରିଥିଲେ।

ବିଶେଷଜ୍ଞ ସମିତି ରିପୋର୍ଟରେ କରାଯାଇଥିବା ଆଲୋଚନା ଆଧାରରେ ମନ୍ତ୍ରାଳୟ ୨୯ ଅଗଷ୍ଟ ୨୦୨୨ରେ ଏଆଇଏସ ୧୫୬ରେ ସଂଶୋଧନ ଜାରି କରିଛନ୍ତି। ଏହି ସଂଶୋଧନରେ ଇଲେକଟ୍ରିକ ପାଓ୍ଵାର ଟ୍ରେନ ବା ଇଞ୍ଜିନ ସହିତ ଏଲ ଶ୍ରେଣୀ ମୋଟର ବାହନ ପାଇଁ ବିଶିଷ୍ଟ ଆବଶ୍ୟକତା ଏବଂ ଏମ୍‌ ଶ୍ରେଣୀ ଏବଂ ଏନ ଶ୍ରେଣୀ ମୋଟର ବାହନର ଇଲେକଟ୍ରିକ ପାଓ୍ଵାର ଟ୍ରେନ ପାଇଁ ସାମିଲ ରହିଛି।

ଏଲ ଶ୍ରେଣୀ ମୋଟର ବାହନ ସେଇଟା ଯେଉଁଥିରେ ଚାରି ରୁ କମ୍‌ ଚକା ରହିଛି। ସେହିପରି ଏମ୍‌ ଶ୍ରେଣୀ ବାହନ ସେଇଟା ଯେଉଁଥିରେ ଅତିକମରେ ଚାରିଟି ଚକା ଥାଏ ଏବଂ ଯାହାର ଉପଯୋଗ ଯାତ୍ରୀଙ୍କୁ ନେବା ଆଣିବା ପାଇଁ କରାଯାଇଥାଏ। ସେହିପରି ଏନ ଶ୍ରେଣୀ ବାହନ ହେଉଛି ଯେଉଁଥିରେ ଅତିକମରେ ଚାରିଟି ଚକା ଥାଏ ଏବଂ ଯାହାର ବ୍ୟବହାର ମାଲା ବୁହାଇବା ବ୍ୟତୀତ ବ୍ୟକ୍ତିଙ୍କୁ ନେବା ଆଣିବାରେ ମଧ୍ୟ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.