ଭାରତରେ ଲଞ୍ଚ ହେଲା ନୂଆ ବୁଲେଟ, ଜାଣନ୍ତୁ ଫିଚର୍ସରେ କଣ ରହିଛି ସ୍ବତନ୍ତ୍ରତା ଏବଂ କେତେ ରହିଛି ଦାମ୍

royal enfield bullet ରୟାଲ ଏନଫିଲ୍ଡ ବାଇକ ଲିଷ୍ଟରେ ସାମିଲ ହୋଇଛି। ବୁଲେଟ ୫୦୦ ବର୍ଷ ୨୦୧୯ର ପ୍ରଥମ ରୟାଲ ଏନଫିଲ୍ଡ ଗାଡି ଅଟେ, ଯେଉଁଥିରେ ଆଣ୍ଟିଲକ ବ୍ରେକିଙ୍ଗ ସିଷ୍ଟ ଦିଆଯାଇଛି। ଗତ ମାସ କମ୍ପାନୀ ୩୫୦ ସିସି ଏବଂ ୫୦୦ ସିସି ବୁଲେଟରେ ରିୟର ଡେସ୍କ ବ୍ରେକ ଦେଇଥିଲେ। ଆଗାମୀ ଏବିଏସ ସିଷ୍ଟମ ବିଶିଷ୍ଟ ଗାଡି ୨୦୧୯ ମାର୍ଚ୍ଚରେ ଆସିବାର ସମ୍ଭାବନା ରହିଛି।

ଏହାପୂର୍ବରୁ ୨୦୧୮ ବର୍ଷ ଶେଷରେ ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ରେଡ୍ଡିଚ ଏଡିସନର ଏବିଏସ ମଡେଲ ବାହାର କରିଥିଲା। ବର୍ତ୍ତମାନ ବୁଲେଟ ୩୫୦କୁ ଛାଡି କମ୍ପାନୀର ସବୁ ଗାଡି ଡ୍ୟୁଲ ଚ୍ୟାନେଲ ଏବିଏସ ସହିତ ଆସୁଥିଲା। ସରକାରି ନିୟମ ଅନୁଯାୟୀ ୧ ଅପ୍ରିଲ ୨୦୧୯ ପୂର୍ବରୁ ୧୨୫ ସିସି ରୁ ଅଧିକ ପାୱାର ବିଶିଷ୍ଟ ଗାଡିରେ ଏବିଏସ ରହିବା ଅନିବାର୍ଯ୍ୟ ଅଟେ।

ନୂଆ ବୁଲେଟ ୫୦୦ରେ କିଛି ଏଡିସନାଲ ଫିଚର ଦିଆଯାଇନାହି। ଏହି ବାଇକ ଟାଇଗର ଆଇ ଲ୍ୟାମ୍ପ, କ୍ଲାସିକ ରାଉଣ୍ଡ ହେଡଲ୍ୟାମ୍ପସ, ଗୋଟିଏ ସିଟ, ଟ୍ୟାଙ୍କ ଏବଂ ସାଇଡ ପ୍ୟାନେଲରେ ପିନଷ୍ଟିପ୍ସ ସହିତ ଅନ୍ୟ ଫିଚର ମଧ୍ୟ ରହିଛି। ବାଇକର ସୁରକ୍ଷା ପାଇଁ ଷ୍ପୋକ ହ୍ବିଲ ମଧ୍ୟ ରହିଛି। ଆଗରେ ୧୯ ଇଞ୍ଚ ଏବଂ ପଛରେ ୧୮ ଇଞ୍ଚ ହ୍ବିଲ ଲଗାଯାଇଛି। ଦୁଇଟି ଚକାରେ ଡ୍ୟୁଲ ଚ୍ୟାନେଲ ଏବିଏସ ସହିତ ଡିସ୍କ ବ୍ରେକ ଦିଆଯାଇଛି। ଷ୍ପିଡକୁ ବଢ଼ାଇବା ଏବଂ କମାଇବା ପାଇଁ ୫ ଷ୍ପିଡ ଗିୟର ଦିଆଯାଇଛି।

ଏବିଏସ :

ଏବିଏସ ବା ଆଣ୍ଟି ଲକିଙ୍ଗ୍ ବ୍ରେକିଙ୍ଗ ସିଷ୍ଟମର ମୁଖ୍ୟ କାମ ଗାଡିକୁ ଘୋଷାରିବାରୁ ଅଟକାଇଥାଏ। ଏହା ଦୁର୍ଘଟଣାକୁ ନିୟନ୍ତ୍ରଣ କରିଥାଏ। ରୟାଲ ଏନଫିଲ୍ଡ ବର୍ତ୍ତମାନ ସବୁ ବାଇକରେ ଏବିଏସ ସହିତ ଲଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.