ସାହି ସ୍ନାନ ପୂର୍ବରୁ ପ୍ରୟାଗରାଜ କୁମ୍ଭ ମେଳାରେ ଅଘଟଣ , ଦିଗମ୍ବର ଆଖଡ଼ାର ୧୨ରୁ ଅଧିକ ଟେଣ୍ଟରେ ନିଆଁ

କେନ୍ୟୁଜ୍ : ପ୍ରୟାଗରାଜ କୁମ୍ଭମେଳାରେ ଅଘଟଣ। ସାହି ସ୍ନାନ ପୂର୍ବରୁ କୁମ୍ଭମେଳାରେ ଅଗ୍ନିକାଣ୍ଡ। ଦିଗମ୍ବର ଆଖଡ଼ାର ୧୨ରୁ ଅଧିକ ଟେଣ୍ଟରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ସୁଦ୍ଧା ଏଲପିଜି ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି। ନିଆଁ ଲିଭା କାର୍ୟ୍ୟରେ ଦମକଳ ବାହିନୀ ମୂତୟନ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଟେଣ୍ଟରେ ନିଆଁ ଲାଗିବା ଜଣାପଡ଼ିବା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇପଡ଼ିଛନ୍ତି ।