Below header

ସାମ୍‌ସଙ୍ଗ୍‌ର ଧମାକା ଅଫର୍‌ : ଗୋଟିଏ ଟିଭି କିଣିଲେ ମାଗଣାରେ ମିଳିବ ୨ଟି ଫୋନ୍‌ ୧୫ ହଜାର କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ : ସାମ୍‌ସଙ୍ଗ୍‌ କମ୍ପାନୀ ଏବେ ଆଣିଛି ଦମ୍‌ଦାର୍‌ ଅଫର୍‌ । ଗୋଟିଏ ଟିଭି ନେଲେ କମ୍ପାନୀ ଦେବ ୨ଟି ମୋବାଇଲ୍‌ ଓ ୧୫ ହଜାର ଟଙ୍କାର କ୍ୟାସ୍‌ ବ୍ୟାକ୍‌ । ଏଥିପାଇଁ ପ୍ରୋ-ବୁକିଙ୍ଗ୍‌ ଜୁଲାଇ ୧ରୁ ଆରମ୍ଭ ହୋଇଯାଇଛି ।

୧୦ ଜୁଲାଇ ପର୍ଯ୍ୟନ୍ତ ଆପଣ ଏହି ସ୍ମାଟ୍‌ ଟିଭି ପାଇଁ ବୁକିଙ୍ଗ୍‌ କରିପାରିବେ । କମ୍ପାନୀ ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ରେ ଏଥିପାଇଁ ଆପଣ ବୁକିଙ୍ଗ୍‌ କରିପାରିବେ । ପ୍ରଥମ ଥର ପାଇଁ ସାମ୍‌ସଙ୍ଗ୍‌ ୨୦୨୦ QLED 8K TV ସିରିଜ୍‌ ଘୋଷଣା କରିଛି ।

tv-1

ଏଥିରେ ଅଲଟ୍ରା ଥିନ୍‌ ଫାର୍ମ ଫେକ୍ଟର, 8K ପିକ୍‌ଚର କ୍ୱାଲିଟି ଓ ସରାଉଣ୍ଡ ସାଉଣ୍ଡ ଅଡିଓ କମ୍ବିନେସନ୍‌ ସୁବିଧା ରହିଛି । ଏହି ସିରିଜର ୩୫ ଇଞ୍ଚ୍‌ ଟିଭି ର ଦାମ୍‌ ୪.୯୯ ଲକ୍ଷ ଟଙ୍କା ଓ ୮୫ ଇଞ୍ଚ ଟିଭି ର ଦାମ୍‌ ୧୫ ଲକ୍ଷ ଟଙ୍କା ରହିଛି । ଏଥିରେ ପିକ୍‌ଚର କ୍ୱାଲିଟି ଅତି ଉଚ୍ଚ କୋଟିର ରହିଛି ।

ଏହି ସିରିଜ୍‌ର ଟିଭି କିଣିଲେ ସାମ୍‌ସଙ୍ଗ୍‌ S20 ମୋବାଇଲ୍‌ ମାଗଣାରେ ମିଳିବା ସହ ୧୫ ହଜାର ଟଙ୍କା କ୍ୟାସ୍‌ ବ୍ୟାକ୍‌ ମଧ୍ୟ ମିଳିବ ବୋଲି କମ୍ପାନୀ କହିଛି । ଏହି ଟିଭିରେ ୯୯ ପ୍ରତିଶତ ପର୍ଯ୍ୟନ୍ତ ସ୍କ୍ରିନ୍‌ ଟୁ ବଡି ରେସିଓ ରହିବା ସହ ସୁନ୍ଦର ପିକ୍‌ଚର କ୍ୱାଲିଟି ମଧ୍ୟ ରହିଛି ।

ସୁନ୍ଦର ସାଉଣ୍ଡ ସହ ଅବ୍‌ଜେକ୍ଟ ଟ୍ରାକିଂ ସାଉଣ୍ଡ ବ୍ୟବସ୍ଥା ଓ ବହୁତ କିଛି ଫିଚରସ୍‌ ରହିଛି । ୧ ଜୁଲାଇରୁ ଆରମ୍ଭ ହୋଇଥିବା ପ୍ରୋ ବୁକିଂ ଜୁଲାଇ ୧୦ରେ ସରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.