Below header

୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ ଫିକ୍ସିଂ ଅଭିଯୋଗ, ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଧରି ଜେରା

କଲମ୍ବୋ : ୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ ଶ୍ରୀଲଙ୍କା ଫିକ୍ସିଂ କରି ଭାରତ ଠାରୁ ହାରିଥିଲା । ଏହି ଅଭିଯୋଗ ପରେ ଶ୍ରୀଲଙ୍କା କ୍ରିକେଟ୍‌ରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ ତଦନ୍ତ ବି ଆରମ୍ଭ ହୋଇଗଲାଣି । ଆଜି ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍ କିପର/ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କୁ ପଚରା ଉଚରା କରାଯାଇଛି ।

ଶ୍ରୀଲଙ୍କା ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ଏହି ଫିକ୍ସିଂ ଅଭିଯୋଗର ତଦନ୍ତ କରୁଛି । ଗତ ଦୁଇ ଦିନ ହେଲା ପୂର୍ବତନ ଖେଳାଳି ଅରବିନ୍ଦ ଡିସିଲଭା ଏବଂ ଉପୁଲ ଥରଙ୍ଗାଙ୍କୁ ପଚରା ଉଚରା କରାଯାଇଥିଲା । ଆଜି ସାଙ୍ଗାକାରାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରା କରାଯାଇଛି ।
କିଛି ଦିନ ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିଦାନନ୍ଦା ଆଲୁଥଗାମାଗେ ଏହି ଫିକ୍ସିଂ ଅଭିଯୋଗ ଆଣିବା ପରେ ଶ୍ରୀଲଙ୍କା କ୍ରିକେଟ୍‌ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ତଦନ୍ତରେ ଆଇସିସିର ଆଣ୍ଟି କରପସନ୍ ୟୁନିଟ୍ ଶ୍ରୀଲଙ୍କା ସରକାରଙ୍କୁ ସହଯୋଗ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.