Below header

ଏସବିଆଇ ଗ୍ରାହକଙ୍କୁ କଲା ସତର୍କ ! ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହାଠାରୁ ରୁହନ୍ତୁ ଦୂରରେ

ଅନଲାଇନ ଠକାମିର ବ୍ରୁଦ୍ଧିକୁ ଲକ୍ଷ୍ୟ କରି ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ) ନିଜର ୪୨ କୋଟିରୁ ଅଧିକ ଗ୍ରାହକଙ୍କୁ ଆଲର୍ଟ କରିଛି। ଏସବିଆଇ ଗ୍ରାହକଙ୍କୁ ଠକାମିରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ୍ କହିଛି ଯେ ଗ୍ରାହକ ନିଜର ଟଙ୍କା ଏବଂ ସମୟ ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟରେ ନିବେଶ କରିବାରେ ଦୂରତା ଅବଲମ୍ବନ କରନ୍ତୁ। ଏଥିପାଇଁ ଗ୍ରାହକ କେବଳ ଏସବିଆଇ ବେରିୟଣ୍ଟ ଏବଂ ଅଫିସିୟାଲ ହ୍ୟାଣ୍ଡେଲ ଟ୍ୟାଗକୁ ଫଲୋ କରନ୍ତୁ।

ଏମିତି ଚିହ୍ନଟ କରନ୍ତୁ ନକଲି ଆକାଉଣ୍ଟ

ଏସବିଆଇ ଟ୍ବିଟ୍ କରି ଗ୍ରାହକଙ୍କୁ ସତର୍କ କରାଇଛି। ବ୍ୟାଙ୍କ୍ କହିଛି ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ବ୍ୟାକିଂ ଅଧିକାରୀଙ୍କ ସହିତ ଟ୍ୟାଗ୍ କରିବା ଏବଂ କଥାବାର୍ତ୍ତା କରିବା ପୂର୍ବରୁ ସବୁବେଳେ ଭେରିଫାଏଡ୍ ସାଇନକୁ ଦେଖନ୍ତୁ। ନକଲି ସୋସିଆଲ ମିଡିଆ ଆକାଉଣ୍ଟ ବନାଇବା ବହୁତ ସାଧାରଣ ହୋଇଗଲାଣି। ଏଥିପାଇଁ ଗ୍ରାହକଙ୍କ ପାଇଁ ଫାଇନାନସିଆଲ ଟ୍ରାଜାକସନ କରିବା ସମୟରେ ନକଲି ସୋସିଆଲ ମିଡିଆ ଆକାଉଣ୍ଟକୁ ଚିହ୍ନିବା ଗୁରୁତ୍ବପୁର୍ଣ୍ଣ ହୋଇଗଲାଣି।

fraud alertଦେଶର ସବୁଠାରୁ ବଡ ବ୍ୟାଙ୍କ୍ ନିଜର ଟ୍ବିଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଏସବିଆଇ ଭେରିଫାଇଡ୍ ଏବଂ ଅଫିସିଆଲ ହ୍ୟାଣ୍ଡେଲ ବିଷୟରେ କୁହାଯାଇଛି। ବ୍ୟାଙ୍କ୍ ଅନୁଯାୟୀ ବ୍ୟାଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ଫଲୋ କରନ୍ତୁ।

ଯଥା –

Facebook: @StateBankOfIndia
Instagram: @theofficialsbi

Twitter: @TheOfficialSBi
Linkedin: State Bank of India (SBI)
Google+: State Bank of India
YouTube: State Bank of India
Quora: State Bank of India (SBI)
Pinterest: State Bank Of India

ଏହା ସହ ପଢ଼ନ୍ତୁ : ପାନ କାର୍ଡ ହେଉ କିମ୍ବା ଆଧାର ନମ୍ବର, କାହା ସହିତ ବି ଫାଇଲ୍ କରାଯାଇପାରେ ଆୟକର ରିଟର୍ଣ୍ଣ

ସେଭ କରନ୍ତୁ ଏହି ଦୁଇ ନମ୍ବର

ଏହାଛଡା ଏସବିଆଇ ନିଜର ଗ୍ରାହକଙ୍କୁ ଦୁଇଟି ନମ୍ବର ସେଭ କରିବାକୁ କହିଛି। ବ୍ୟାଙ୍କ୍ କହିଛି ଗ୍ରାହକ ନିଜର ମୋବାଇଲରେ ଏହି ଦୁଇଟି ନମ୍ବର ସେଭ କରିଦିଅନ୍ତୁ। ଏସିବିଆଇ ଜଣାଇଛି ଯେ ଯଦି ଆପଣ କୌଣସି ପ୍ରକାର ଅନଧିକ୍ରୁତ ଅନଲାଇନ ଟ୍ରାଜାଂକସନର ଶିକାର ହେଉଛନ୍ତି ତେବେ ଏହି ଟ୍ରୋଲ ଫ୍ରୀ ନମ୍ବରରେ ତୁରନ୍ତ ସୂଚିତ କରନ୍ତୁ। ଏସବିଆଇ ୧୮୦୦୧୧୨୨୧୧ ଏବଂ ୧୮୦୦୪୨୫୩୮୦୦ ଦୁଇଟି ଟୋଲ ଫ୍ରୀ ନମ୍ବର ଜାରୀ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.