ଏସ୍‌ବିଆଇ ଦେଉଛି ଘରେ ବସି ହଜାର ହଜାର ଟଙ୍କା ରୋଜଗାର କିରବାର ମଉକା, ହାତଛଡା କରନ୍ତୁ ନାହିଁ ଏପରି ସୁଯୋଗ

ନୂଆଦିଲ୍ଲୀ : ଏପରି ମହଙ୍ଗା ଯୁଗରେ ଖାଲି ଦରମାରେ ଚଳିବା କଷ୍ଟକର ହୋଇଥାଏ । ସେଥିପାଇଁ ଯଦି କିଛି ଏକ୍ସଟ୍ରା ଇନକମ ବା ଅତିରିକ୍ତ ଆୟ ହୋଇପାରିଲା ତାହା ବହୁତ ସହାୟକ ହୋଇଥାଏ । ଯଦି ଆପଣ ବି ଦରମା ବ୍ୟତୀତ କିଛି ଅଲଗା ଇନକମ କରିବାକୁ ଚାହୁଁଛନ୍ତି, ତେବେ ଏସବିଆଇର ଏହି ରୋଜଗାର ମଉକାକୁ ହାତଛଡ଼ା କରନ୍ତୁ ନାହିଁ । ଏସବିଆଇ ଆପଣଙ୍କୁ ଦେଉଛି ଘରେ ବସି ଅତିରିକ୍ତ ରୋଜଗାର କରିବାର ମଉକା ।

ଏସବିଆଇ ର ଏହି ସ୍କିମ ଏତେ ଲାଭଦାୟକ ଯେ ପ୍ରତି ମାସ ଘରେ ବସି ରୋଜଗାର କରିପାରିବେ ହଜାର ହଜାର ଟଙ୍କା ।
ଏହି ବମ୍ଫର ଆୟ ପାଇଁ ଆପଣଙ୍କୁ ଏଟିଏମ ଫ୍ରାଞ୍ଚାଇଜ ନେବାକୁ ହେବ । ଏଟିଏମ୍‌ ଫ୍ରାଞ୍ଚାଇଜ ନେବା ପରେ ବ୍ୟାଙ୍କ ଆପଣଙ୍କୁ ପ୍ରତି ମାସ ଭଡା ଦେବ । ପ୍ରକାଶଯୋଗ୍ୟ ଯେ କୌଣସି ବ୍ୟାଙ୍କ ତା’ର ଏଟିଏମ୍‌ ନିଜେ ଲଗାନ୍ତି ନାହିଁ ।

ଏସବିଆଇ ଏଟିଏମ୍‌ ନେବା ପାଇଁ ଜରୁରୀ ସର୍ତ୍ତ-

ଆବେଦକଙ୍କ ପାଖରେ ୫୦ ରୁ ୮୦ ସ୍କୋୟାର ଫୁଟ ଜାଗା ହେବା ଦରକାର ।

ଅନ୍ୟ ଏଟିଏମ୍‌ ଠାରୁ ଏସବିଆଇର ଦୂରତା ଅତି କମରେ ୧୦୦ ମିଟର ହେବା ଦରକାର ।

ଆପଣଙ୍କର ଯାଗା ମେନ ରୋଡ, ବଜାର କିମ୍ବା ଭିଡ ସ୍ଥାନରେ ହେଲେ ବହୁତ ଭଲ ।

ଏହାଛଡ଼ା ଏହି ସ୍ଥାନରେ ୨୪ ଘଣ୍ଟା ପାଣି,ବିଜୁଳି ବ୍ୟବସ୍ଥା ରହିଥିବା ଦରକାର । ବିଦ୍ୟୁତର ସଂଯୋଗ ୧ କିଲୋଓ୍ଵାଟ ହେବା ଦରକାର ।

ଏଟିଏମରେ ପ୍ରତିଦିନ ୩୦୦ ଟ୍ରାଞ୍ଜାକସନ ର କ୍ଷମତା ହେବା ଦରକାର ।

ଯେଉଁଠି ଏଟିଏମ୍‌ ଲଗାଯିବ ସେହି ଘର ପକ୍କା ଥିବା ଦରକାର ।

ସେଟ ଲଗାଇବାକୁ ଅଥୋରିଟିଙ୍କ ଏନଓସି ହେବା ଦରକାର ।

ଆବଶ୍ୟକୀୟ ଡକ୍ୟୁମେଣ୍ଟ –

ଆବେଦକଙ୍କ ପାଖରେ ଆଇଡି ପ୍ରୁଫ(ଆଧାର,ପ୍ୟାନ ବା ଭୋଟର ଆଇଡି), ଆଡ୍ରେସ ପ୍ରୁଫ୍‌(ରାସନ କାର୍ଡ ବା ଇଲେକ୍ଟ୍ରିକ ବିଲ୍‌), ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ପାସ ବୁକ୍‌, ଫଟୋଗ୍ରାଫ, ଇ-ମେଲ ଆଇଡି, ଫୋନ ନମ୍ବର, ଜିଏସଟି ନମ୍ବର ଓ ଫାଇନାନସିଆଲ ଡକ୍ୟୁମେଣ୍ଟର ଆବଶ୍ୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.