SBI ରେ PO ପଦବୀ ପାଇଁ ନିଯୁକ୍ତି ଜାରି, ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରୋବେସନରୀ ଅଫିସର(PO) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ପଦବୀରେ ଆବେଦନ ପାଇଁ ଶେଷ ତାରିଖ ୦୪ ଡିସେମ୍ବର ୨୦୨୦ କୁ ନିର୍ଦ୍ଦାରିତ କରାଯାଇଛି। ସୂଚନା ମୁତାବକ, ଉକ୍ତ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୨୦୦୦ ରୁ ଅଧିକ ପଦ ଖାଲି ପଡିଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ େଓ୍ଵବସାଇଟ୍ sbi.co.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ । SBI ଦ୍ୱାରା CBT ପରୀକ୍ଷା ୩୧ ଡିସେମ୍ବର ୨୦୨୦ ଏବଂ ୨,୪,୫ ଜାନୁଆରୀ ୨୦୨୧ରେ ଆୟୋଜିତ ହେବ।

job apply ibpsବୟସ ସୀମା 

ଉକ୍ତ ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ।
ଚୟନ ହୋଇଥିବା ଆବେଦନକାରୀଙ୍କୁ ୪ ଟି ଅଗ୍ରିମ ବେତନ ବୃଦ୍ଧି ସହ ୨୭,୬୨୦ ଟଙ୍କାର ମୂଳ ବେତନ ଉପରେ ନିଯୁକ୍ତି କରାଯିବ। ଆବେଦନକାରୀଙ୍କ ବେତନ ୨୩,୭୦୦ ରୁ ୪୨,୦୨୦ ଟଙ୍କା ମଧ୍ୟରେ ରହିବ। ଆବେଦନକାରୀ ଡିଏ, ଏଚଆରଡି, ସିସିଏ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ। ଚୟନ କରାଯାଇଥିବା ଆବେଦନକାରୀଙ୍କୁ ସାମିଲ୍ ହେବା ସମୟରେ ୨ଲକ୍ଷ ଟଙ୍କାର ବଣ୍ଡ ଉପରେ ହସ୍ତାକ୍ଷର କରିବାକୁ ପଡ଼ିବ। ବଣ୍ଡ ଅନୁଯାୟୀ ଆବେଦନକାରୀଙ୍କୁ ନ୍ୟୁନତମ ୩ ବର୍ଷ ପାଇଁ ବ୍ୟାଙ୍କକୁ ନିଜର ସେବା ଦେବାକୁ ପଡିବ।

Applyଆବଶ୍ୟକୀୟ ପ୍ରମାଣପତ୍ର

ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.