Below header

ବଡ ଫାଇଦାର ଖବର : SBI ପୁଣି କମାଇଲା ସୁଧ ଦର, ଆପଣଙ୍କ କିସ୍ତି ଉପରେ ପଡିବ ସିଧା ପ୍ରଭାବ

ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଧବାର ଜଣାଇଛି ଯେ ଏମସିଏଲଆରରେ ୦.୦୫ ଠାରୁ ନେଇ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ରିହାତି ୧୦ ଜୁଲାଇ ଠାରୁ ଲାଗୁ ହେବ। ଏସବିଆଇ ଜଣାଇଛି ଯେ ଏମସିଏଲଆରରେ ଏହି ରିହାତି ତିନି ମାସ ପର୍ଯ୍ୟନ୍ତ ଦିଆଯାଇଥିବା ଋଣ ଉପରେ ଲାଗୁ ହେବ। ଏହାର ଲକ୍ଷ୍ୟ ହେଉଛି ଋଣର ଚାହିଦାକୁ ବୃଦ୍ଧି କରାଇବା।

ଏମସିଏଲଆରରେ କରାଯାଇଥିବା ଏହି ହ୍ରାସ ପରେ ତିନି ମାସ ଅବଧିର ଋଣ ଉପରେ ବ୍ୟାଙ୍କର ସୁଧ ଋଣ କମି ୬.୬୫ ପ୍ରତିଶତ ବାର୍ଷିକ ହୋଇଯିବ। ଏହି ଦର ବ୍ୟାଙ୍କର ବାହାର ବେଞ୍ଚମାର୍କ ଆଧାରିତ ସୁଧ ଦର ସହିତ ସମାନ ହୋଇଯାଇଛି। ଏବେ ଗ୍ରାହକଙ୍କୁ ୩୦ ବର୍ଷ ପାଇଁ ୨୫ ଲକ୍ଷ ଟଙ୍କାର ଲୋନ ଉପରେ ଏମସିଏଲଆର ଅନୁଯାୟୀ ମାସିକ କିସ୍ତି ପ୍ରାୟ ୪୨୧ ଟଙ୍କା କମିଯିବ।

ଷ୍ଟେଟ ବ୍ୟାଙ୍କରେ ଏମସିଏଲଆର ଦରରେ କରାଯାଇଥିବା ଏହି ହ୍ରାସ ଲଗାତର ୧୪ ଥର ହୋଇଛି। ଏହି ହ୍ରାସ ପରେ ଏହି ଦର ବଜାରରେ ସବୁଠାରୁ କମ୍‌ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.