ପ୍ରାକ୍ଟିସ ସମୟରେ ହଠାତ ଫୁଟବଲ ପ୍ଲେୟାରଙ୍କ ଉପରେ ପଡିଲା ବଜ୍ରପାତ, ଦେଖନ୍ତୁ ଭୟାନକ ଭିଡିଓ

ମସ୍କୋ ନିକଟସ୍ଥ ଓରେଖୋଭୋ-ଜୁଏଭୋ ସହର ନିକଟରେ ଏକ ଏଭଳି ଘଟଣା ଘଟିଛି ଯାହା ସାଧାରଣତଃ ଦେଖିବାକୁ ମିଳେନାହିଁ | ଏଠାରେ ଫୁଟବଲ ପଡ଼ିଆରେ ଅଭ୍ୟାସ ସମୟରେ ଜଣେ 16 ବର୍ଷୀୟ ଖେଳାଳିଙ୍କ ଉପରେ ବଜ୍ରପାତ ପଡିଥିଲା । ତେବେ ସେହି ସମୟରେ ତୁରନ୍ତ ଉକ୍ତ ଖେଳାଳିଙ୍କୁ ଡାକ୍ତରଖାନା ନିଆଯାଇଥିବା ଯୋଗୁଁ ତାଙ୍କ ଜୀବନ ତ ବଂଚି ଯାଇଥିଲା କିନ୍ତୁ ବର୍ତ୍ତମାନ ସେ କୋମାରେ ଅଛନ୍ତି ।

ସୂଚନା ଅନୁଯାୟୀ ଏହି ବାଳକର ବେକରେ ବଜ୍ରପାତ ହୋଇଥିଲା ଯେଉଁଠି ଏକ ବଡ ପୋଡା ଚିହ୍ନ ମଧ୍ୟ ସୃଷ୍ଟି ହୋଇଛି । ଏହି 16 ବର୍ଷୀୟ ଫୁଟବଲ ଖେଳାଳିଙ୍କ ନାମ ଇଭାନ ଜାବୋର୍ସ୍କି । ଇଭାନ୍ ଦଳର ଗୋଲକିପର ଭାବରେ ଖେଳନ୍ତି କିନ୍ତୁ ବଜ୍ରପାତ ସମୟରେ ଏକ ପେନାଲ୍ଟି ସୁଟିଂ ଅଭ୍ୟାସ କରୁଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଫୁଟବଲ ଖେଳରେ ଗୋଲକିପରମାନେ ସୁରକ୍ଷା ପାଇଁ ମୁହଁରେ ମେଟାଲ ଚିନ୍ ପିନ୍ଧନ୍ତି । ଅଭ୍ୟାସ ସମୟରେ ଇଭାନ୍ ମଧ୍ୟ ଏହାକୁ ପିନ୍ଧିଥିଲେ ଏବଂ ଏହି ମେଟାଲ ଉପରେ ହିଁ ବଜ୍ରପାତ ହୋଇଥିଲା । ତେବେ ଡାକ୍ତରମାନେ କହିଛନ୍ତି ଯେ ବଜ୍ରପାତ ପରେ ମଧ୍ୟ ଇଭାନ୍ ବଞ୍ଚିଯିବା ଏକ ଚମତ୍କାର।

ଇବାନ୍ ଫୁଟବଲ୍ କ୍ଲବ୍ ଜମାନିଆ ପାଇଁ ଖେଳନ୍ତି ଏବଂ ଏହି ଅଞ୍ଚଳର ସେ ଜଣେ ପ୍ରସିଦ୍ଧ ଖେଳାଳି ମଧ୍ୟ । ପ୍ରତେକ୍ଷଦର୍ଶୀ ମାନଙ୍କ କହିବା ଅନୁଯାୟୀ ଯେଉଁ ସମୟରେ ଏହି ଘଟଣା ଘଟିଥିଲା ​​ନା ବର୍ଷା ହେଉଥିଲା ନା ପାଗ ଖରାପ ଥିଲା, ଏପରି ପରିସ୍ଥିତିରେ ହଠାତ୍ ବଜ୍ରପାତ ଅତ୍ୟନ୍ତ ଅଜବ ଅଟେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିଛି । ବଜ୍ରପାତ ପରେ ଇଭାନ୍ ଭୂମିରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏବଂ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ, ମାଉଥ ଟୁ ମାଉଥ ନିଶ୍ୱାସ ଦେବା ପରେ ତାଙ୍କ ନିଶ୍ୱାସ ପୁଣିଥରେ ଚାଲିବାକୁ ଲାଗିଲା । ଇଭାନଙ୍କୁ ହେଲିକପ୍ଟର ଯୋଗେ ମସ୍କୋର ଏକ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେ ବର୍ତ୍ତମାନ କୋମାରେ ଅଛନ୍ତି ।

video courtesy 'FFS TV'
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.