ଷ୍ଟେଟ ବ୍ୟାଙ୍କର ନୂଆ ଅଫର, ଶସ୍ତା ହେଲା ଏହିସବୁ ଲୋନ

କରୋନା ସଙ୍କଟ ସମୟରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଫେଷ୍ଟିଭ ଅଫର ଦେଉଛି। ଯଦି ଆପଣ ନୂଆ ଘର କିମ୍ବା ନୂଆ କାର କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଏସବିଆଇ ଏହି ସୁଯୋଗର ଲାଭ ଜଲଦି ଉଠାନ୍ତୁ। ଏସବିଆଇର ଗୋଲ୍ଡ ଲୋନ ଗ୍ରାହକଙ୍କ ପାଇଁ ସ୍ପେଶାଲ ଅଫର ମଧ୍ୟ ରହିଛି। ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି’ ଛାଡ଼ କରାଯାଇଛି । କାର୍ ଋଣ ଉପରେ ବ୍ୟାଙ୍କ ପକ୍ଷରୁ ୭.୫% ଭଳି କମ୍ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି।
ଏସବିଆଇ ତରଫରୁ ଜାରି ହୋଇଥିବା ପ୍ରେସ ରିଲିଜ ଅନୁଯାୟୀ,ଗୃହ ଋଣ ଉପରେ ବ୍ୟାଙ୍କ ତରଫରୁ ସ୍ୱତନ୍ତ୍ର ଉତ୍ସବ ଅଫର ଘୋଷଣା କରାଯାଇଛି। ମଞ୍ଜୁର ହୋଇଥିବା ପ୍ରକଳ୍ପର ଗୃହ ଋଣ ଉପରେ ପ୍ରୋସେସିଂ ଫି’ ନିଆଯିବ ନାହିଁ। ଗ୍ରାହକମାନଙ୍କ କ୍ରେଡିଟ୍ ସ୍କୋର ଓ ଋଣ ପରିମାଣ ଉପରେ ଆଧାର କରି ସେମାନଙ୍କୁ ସୁଧ ଉପରେ ୦.୧୦ ପ୍ରତିଶତ ଭଳି ସ୍ୱତନ୍ତ୍ର ରିହାତି ପାଇବେ। ଏହାଛଡା ୟୋନୋ ଜରିଆରେ ଯେଉଁ ଗ୍ରାହକମାନେ ଋଣ ପାଇଁ ଆବେଦନ କରିବେ ସେମାନଙ୍କୁ ୦.୦୫%ର ସୁଧ ରିହାତି ମିଳିବ।
ଯଦି ଆପଣ ସୁନା ଋଣ କରିବାକୁ ଚାହୁଛନ୍ତି, ତେବେ ସେହି ଗ୍ରାହକମାନେ ୭.୫ ପ୍ରତିଶତ ଭଳି କମ୍ ସୁଧରେ ଋଣ ନେଇପାରିବେ ଏବଂ ଋଣ ଶୁଝିବା ଲାଗି ୩୬ ମାସ ଭଳି ଲମ୍ବା ସମୟ ପାଇବେ। ଏହି ସଙ୍କଟମୟ ସମୟରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଋଣ ଯୋଗାଇ ଦେବା ଲାଗି ବ୍ୟାଙ୍କ ପକ୍ଷରୁ ୯.୬% ସୁଧ ହାରରେ ବ୍ୟକ୍ତିଗତ ଋଣ ପ୍ରଦାନ କରାଯାଉଛି।
କେବଳ ହୋମ ଲୋନ, ଗୋଲ୍ଡ ଲୋନ ବା ପର୍ସନାଲ ଲୋନ ନୁହେଁ କାର ଲୋନ ଗ୍ରାହକଙ୍କ ପାଇଁ ମଧ୍ୟ ଏସବିଆଇ କିଛି ଖାସ୍ ଅଫର ନେଇ ଆସିଛି। ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି, ତେବେ ୭.୫ ପ୍ରତିଶତ ପ୍ରାରମ୍ଭିକ ଦାମ୍ରେ କାର ଲୋନ ଦିଆଯିବ। ଏହାଛଡା ବ୍ୟାଙ୍କ ତରଫରୁ କିଛି କାର ମଡେଲ ଉପରେ ଶହେ ପ୍ରତିଶତ ଫାଇନାନ୍ସ ଦିଆଯିବ।