SBI ଜାରି କଲା ଚେତାବନୀ, Whatsapp ମାଧ୍ୟମରେ ଗ୍ରାହକଙ୍କୁ ନିଜ ଶିକାର ବନାଉଛନ୍ତି ସାଇବର ଅପରାଧୀ

ଦେଶର ସବୁଠୁ ବଡ଼ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି। ଏସ୍‌ବିଆଇ ତରଫରୁ କୁହାଯାଇଛି ଯେ ସାଇବର କ୍ରିମିନାଲ୍ସ ହ୍ଵାଟ୍ସଆପ୍‌ ମାଧ୍ୟମରେ ଗ୍ରାହକଙ୍କୁ ନିଜ ଶିକାର ବନାଇପାରନ୍ତି। ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ବ୍ୟାଙ୍କ ଏହି ସ୍କାମ୍‌ ବିଷୟରେ ଡିଟେଲ୍ସ ସେୟାର କରି କହିଛି ଯେ ‘ସାଇବର କ୍ରିମିନାଲ୍ସ ହ୍ଵାଟ୍ସଆପ୍‌ କଲ ଓ ମେସେଜ ମାଧ୍ୟମରେ ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି। ଏଣୁ ଗ୍ରାହକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ କୌଣସି ଅଜଣା ନମ୍ବର କଲ ଓ ମେସେଜର ରିପ୍ଲାଏ ଦିଅନ୍ତୁ ନାହିଁ’।

ହ୍ଵାଟ୍ସଆପ୍‌ ମାଧ୍ୟମରେ ସାଇବର କ୍ରିମିନାଲ୍ସ ଲଟେରୀ କିମ୍ବା ଉପହାର ଜିତିବାର ଲୋଭ ଦେଖାଇ ଗ୍ରାହକଙ୍କୁ ନିଜ ଜାଲରେ ଫସାଇ ଦେଉଛନ୍ତି। ଏହା ପରେ ଗ୍ରାହକଙ୍କୁ ଟଙ୍କା ପାଇବା ପାଇଁ ସମସ୍ତ ବିବରଣୀ ସେୟାର କରିବାକୁ ଓ ଏକ ନକଲି ଏସ୍‌ବିଆଇ ନମ୍ବରରେ କଲ କରିବାକୁ କହିଥାନ୍ତି। ଏହା ବ୍ୟତୀତ କୁହାଯାଏ ଯେ ଯେଉଁ ଡିଟେଲ୍ସ ଗ୍ରାହକ ସେୟାର କରିବେ ତା ସାହାଯ୍ୟରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ।

ତେବେ ଏସ୍‌ବିଆଇ ସ୍ପଷ୍ଟ ଭାବେ ନିଜ ଗ୍ରାହକଙ୍କୁ କହିଛି ଯେ ବ୍ୟାଙ୍କ କୌଣସି ପ୍ରକାରର ଲଟେରୀ ସ୍କିମ୍‌ ବା ଲକି ଡ୍ର କରୁ ନାହିଁ। ଏଥିସହ ବ୍ୟାଙ୍କ କୌଣସି ଗିଫ୍ଟ ମଧ୍ୟ ଦେଉନାହିଁ। ସାଇବର ଅପରାଧୀମାନେ ଲୋକଙ୍କୁ ଲୁଟିବାକୁ ପାଇଁ ଏହି ଉପାୟ ଆପଣାଉଥିବା ଏସ୍‌ବିଆଇ ତରଫରୁ କୁହାଯାଇଛି। ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ନିଜ ଡିଟେଲ୍ସ କାହା ସହ ସେୟାର କରିବାକୁ ମନା କରାଯାଇଛି।