ନିଖୋଜ ଝାରସୁଗୁଡ଼ା ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ସୁନ୍ଦରଗଡ ଭସମା ଥାନାରେ ଦିଆଯାଇଥିଲା ଏତଲା

ଝାରସୁଗୁଡ଼ା: ନିଖୋଜ ଝାରସୁଗୁଡ଼ା ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଗତକାଲିଠୁ ସେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । କନିଷ୍ଠ ଯନ୍ତ୍ରୀ ସୁନ୍ଦରଗଡ଼ ଭେଡାବାହାଲର ସୁଧୀର ନାୟକ। ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । କଇଁତରା ସଫେଇ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କରୁଛି ତଦନ୍ତ ପୋଲିସ୍ ।

ସୂଚନା ଥାଉକି, ସୁଧୀର ପ୍ରତିଦିନ ନିଜ ବାଇକରେ ସୁନ୍ଦରଗଡରୁ ଝାରସୁଗୁଡା ଅଫିସକୁ ଯିବା ଆସିବା କରନ୍ତି । ଗତକାଲି ରାତିରେ ସେ ଘରକୁ ନଫେରିବାରୁ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲା । ସଫେଇ ନଦୀ ପୋଲ ଉପରେ ତାଙ୍କର ବାଇକ, ଚପଲ ଓ ହେଲମେଟ ଥିବା ବେଳେ ଗାଡି ଡିକିରେ ପର୍ସ ଓ ମୋବାଇଲ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.