‘ସ୍ମାର୍ଟ ଇ-ବସ୍ତ୍ର’ ଏପରି ଏକ ଜ୍ୟାକେଟ, ସ୍ମାର୍ଟ ଲୁକ୍ ସହିତ କରିବ ମୋବାଇଲ ଚାର୍ଜ

ଯେତେବେଳେ ଆପଣ ଯାତ୍ରା କରୁଥିବା ସମୟରେ ଆପଣଙ୍କ ମୋବାଇଲ ଡିସଚାର୍ଜ ହୋଇଯାଏ, ତେବେ ଆପଣଙ୍କ ଚିନ୍ତା ବହୁତ ଅଧିକ ବଢ଼ିଯାଇଥାଏ ଏବଂ ଅସ୍ତବ୍ୟସ୍ଥ ମଧ୍ୟ ଲାଗିଥାଏ। ଏହାପରେ ଆପଣ ଚାର୍ଜ କରିବା ପାଇଁ ଉପାୟ ଖୋଜନ୍ତି। କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ବୈଜ୍ଞାନିକ ମାନେ ଏମିତି ଏକ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି, ଯାହା ଦ୍ବାରା ଆପଣ ନିଜେ ପିନ୍ଧିଥିବା ବସ୍ତ୍ର ସାହାଯ୍ୟରେ ମୋବାଇଲ ଚାର୍ଜ କରିପାରିବେ। କେବଳ ଏତିକି ନୁହେଁ ନୂତନ ପ୍ରକାର ଟେକ୍ନୋଲୋଜି ପାଇଁ ଏହା ସହାୟକ ହେବ।

ବୈଜ୍ଞାନିକମାନେ ସ୍ମାର୍ଟ ଇ ବସ୍ତ୍ରର କରିଛନ୍ତି ଆବିଷ୍କାର

Professor Tilak Diasନାଣ୍ଟିଘମ ଟ୍ରେଣ୍ଟ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଏମିତି ସ୍ମାର୍ଟ ଇ-ବସ୍ତ୍ରର ନିର୍ମାଣ କରିଛନ୍ତି, ଯାହା ଆପଣଙ୍କ ପାଇଁ ମୋବାଇଲ ଚାର୍ଜ ଭଳି ମଧ୍ୟ କାର‌୍ୟ୍ୟ କରିବ। ଏହି ସ୍ମାର୍ଟ ଇ-ବସ୍ତ୍ର ପକେଟରେ ଚାର୍ଜିଙ୍ଗ ପଏଣ୍ଟ ଭଳି କାମ କରିବ। ଏହାର ଏକ ସ୍ବତନ୍ତ୍ରତା ହେଉଛି ଯେ ଏଥିରେ ପ୍ଲଗ ସକେଟର ବ୍ୟବହାର ହେବ ନାହିଁ।

ସେଠାରେ ଏକ ଛୋଟ ପ୍ୟାନେଲ ରହିଥିବ। ଏହି ପ୍ୟନେଲ ୩ ମି.ମି ଲମ୍ବା ଏବଂ ୧.୫ ମି.ମି ଚଉଡା ଅଟେ। ଏହା ବହୁତ ସୂକ୍ଷ୍ମ ଅଟେ। ଏହା ବିନା କୌଣସି ଅସୁବିଧାରେ ଆପଣଙ୍କ ପକେଟରେ ରହିଯାଇଥାଏ। ପ୍ୟନେଲଟି ବିଦ୍ୟୁତ ଉତ୍ପନ୍ନ କରିବାର ଅତ୍ୟାଧୁନିକ ଆବିଷ୍ମାର ଅଟେ।

ଏହା କେମିତି କାମ କରିବ

panels-ଏଥିରେ ଥିବା ଛେଟ ଛୋଟ କଣିକା ନେଟଓର୍କ ଉତ୍ପନ୍ନ କରିବାରେ ସହାୟକ ହୋଇଥାଏ। ଯାହା ଦ୍ବାରା ଶକ୍ତି ଉତ୍ପନ୍ନ ହୋଇ ମୋବାଇଲ ଚାର୍ଜ ହୋଇଥାଏ।

-ଏହି କଣିକା ଏତେ ଛୋଟ ହୋଇଥାଏ ଯେ ଏହା ଖାଲି ଆଖିରେ ଦେଖାଯିବ ନାହିଁ।

-ଏହି ପ୍ୟାନେଲଯୁକ୍ତ ବସ୍ତ୍ରକୁ ସାଧାରଣ ବସ୍ତ୍ର ଭଳି ସଫା କରାଯାଇପାରିବ। ଧୋଇବାରେ ପ୍ୟାନେଲ କ୍ଷତିଗ୍ରସ୍ଥ ହୋଇନଥାଏ।

-ଏହି ବସ୍ତ୍ରକୁ ଏମିତି ତିଆରି କରାଯାଇଛି ଯେ ଏହାକୁ ପିନ୍ଧିବାରେ ସମସ୍ୟା ହୋଇନଥାଏ। ଏହାକୁ ଅନ୍ୟ ପୋଷାକ ଭଳି ମଧ୍ୟ ବ୍ୟବହାର କରାଯାଇ ପାରିବ।

smart charge-ପ୍ରୋଫେସର ଡାଇସଙ୍କ କହିବାନୁଯାୟୀ ମୋବାଇଲ ଫୋନକୁ ଚାର୍ଜ କରିବା ପାଇଁ ପ୍ରାୟ ୨,୦୦୦ ପ୍ୟାନେଲର ଆବଶ୍ୟକ ପଡିଥାଏ। କିନ୍ତୁ ଏହି ସ୍ମାର୍ଟ ଇ-ବସ୍ତ୍ର ସାହାଯ୍ୟରେ ୨୦୦ ପ୍ୟାନେଲର ଆବଶ୍ୟକ ପଡିଥାଏ।

ୱୟାରଲେସ ଚାର୍ଜିଙ୍ଗ କରିବାର କେଉଁଠୁ ମିଳିଲା ପ୍ରେରଣା

ବୈଜ୍ଞାନିକ ମାନଙ୍କର ୱୟାରଲେସ ଚାର୍ଜିଙ୍ଗ କରିବାର ପ୍ରେରଣା କ୍ରୋଏଶିୟାଇ ଆବିଷ୍କାରକ ନିକୋଲା ଟେସ୍ଲାଙ୍କର ଏକ ରିସର୍ଚ୍ଚରୁ ମିଳିଲା। ଏହାର ଚାର୍ଜିଙ୍ଗ ପ୍ୟାଡର ଚାରିପଟେ କଏଲ ବିଶିଷ୍ଟ ତାର ଥାଏ, ଯାହା ଚୁମ୍ବକୀୟ କ୍ଷେତ୍ରର ତିଆରି କରିଥାଏ। ଯାହା ଏକ ପ୍ରେରକ ଭଳି କାମ କରିଥାଏ। ଏହା ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.