ସେୟାର ବଜାରରେ ସବୁଜ ସଙ୍କେତ, ସେନସେକ୍ସ ୩୦୦ ଏବଂ ନିଫଟି ୧୧୨ ପଏଣ୍ଟ ବଢିଲା

ଏହି ସପ୍ତାହର ୩ୟ ଦିନରେ ସେୟାର ବଜାର ବଢିବା ସହ ଭଲ କାରବାରରେ ଆରମ୍ଭ ହୋଇଛି । ଆଜି ବିଶ୍ବ ବଜାରରେ ମିଳିଥିବା ମଜବୁତ ସଙ୍କେତ ଏବଂ ଅଶୌଧିତ ତୈଳର ଦାମ୍ କମିବା ଦ୍ବାରା ସେୟାର ବଜାର ମଜବୁତ ରହିଛି । ଏହାବଦଳରେ ଆଜି ସେନସେକ୍ସ ୩୩୫.୦୨ ପଏଣ୍ଟରେ ବଢିବା ସହିତ କାରବାର ଜାରି ରଖିଛି ।  ସେହି ମସୟରେ ନିଫଟି ମଧ୍ଯ ମଜବୁତ ରହିଛି । ନିଫଟି ୫୦,୧୧୨.୪୦ ପଏଣ୍ଟ ବଢିବା ସହିତ ୧୦,୨୫୯.୨୦ ସ୍ତରରେ ରହିଛି । ଏହା ୩୫ ପଏଣ୍ଟ ବଢି ୧୧୩୧୩.୯୦ ସ୍ତରରେ କାରବାର ଆରମ୍ଭ କରିଛି ।

ccଆରମ୍ଭରୁ ତୈଳ କମ୍ପାନୀଗୁଡିକର କାରବାର ସେୟାର ବଜାରରେ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ନିଫଟି ୫୦ରେ ଇଣ୍ଡିଆବୁଲସ୍ ହାଉସିଙ୍ଗ ଫାଇନାନ୍ସ ଲିମିଟେଡ୍, ଇଣ୍ଡିଆନ୍ ଅଏଲ୍ କମ୍ପାନୀ, ଭାରତ ପେଟ୍ରୋଲିୟମ୍ କମ୍ପାନୀ ଲିମିଟେଡ୍, ହିନ୍ଦୁସ୍ତାନ ପେଟ୍ରୋଲିୟମର ସେୟାର ଟପ୍ ଗେନରରେ ସାମିଲ୍ ରହିଛି ।

sensex-1ଟଙ୍କାରେ ମଧ୍ଯ ଆଜି କାରବାର ବଢିବା ସହିତ ଆରମ୍ଭ ହୋଇଥିଲା । ଏହି କାରବାରରେ ସପ୍ତାହର ୩ୟ ଦିନ ଡଲାର ତୁଳନାରେ ଟଙ୍କା ୩୪ ପଇସା ବଢିଥିଲା । ଏହି ରାଶି ସହିତ ଏହା ୭୩.୨୩ର ସ୍ତରରେ ରହିଛି । ଏହା ପୂର୍ବରୁ ମଙ୍ଗଳବାର ଟଙ୍କା ଏକ ଡଲାର ତୁଳନାରେ ୭୩.୫୭ ସ୍ତରରେ ବନ୍ଦ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.