SBI ନିଜ ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ଏବେ ଫିକ୍ସ୍ଡ ଡିପୋଜିଟ ଉପରେ ସୁଧ ହାର ବୃଦ୍ଧି

ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି, ମାର୍କେଟ୍‌ ଅବସ୍ଥା ଆଦିର ସ୍ଥିତି ଭଲ ନଥିବା ବେଳେ ବ୍ୟାଙ୍କ ସୁଧ ହାରକୁ ନେଇ ଚିନ୍ତାରେ ରହୁଛନ୍ତି ଗ୍ରାହକ । ସବୁବେଳେ ସମସ୍ତଙ୍କ ନଜର ରହୁଛି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ବଢ଼ାଇଲେ କି କମାଇଲେ । କାରଣ ତାରି ଉପରେ ନିର୍ଭର କରୁଛି ସବୁ କିଛି । ଅବଶ୍ୟ ଏଥର ରେପୋ ରେଟ୍‌ ପୂର୍ବ ଭଳି ସମାନ ରହିଛି । ତେବେ ତାରି ଭିତରେ ନିଜ ଗ୍ରାହକଙ୍କୁ ଖୁସି ଖବର ଦେଇଛି ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ।

SBI
Picture Credit – Flickr

ସେମିତି ଦେଶର ସର୍ବବୃହତ ବ୍ୟାଙ୍କ, ଏସ୍‌ବିଆଇ ନୂଆ ବର୍ଷର ପ୍ରଥମ ମାସରେ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି । ଫିକ୍ସଡ ଡିପୋଜିଟ ବା ବ୍ୟାଙ୍କରେ ସ୍ଥାୟୀ ଜମା ରାଶି ଉପରେ ସୁଧ ହାର ବଢ଼ାଇଛି । ଏବେ ଆସନ୍ତୁ ଜାଣିବା କେତେ ବର୍ଷ FDରେ କେତେ ସୁଧ ଦେଉଛି ଏସ୍‌ବିଆଇ । ଫିକ୍ସଡ ଡିପୋଜିଟ ଯଦି ବର୍ଷେ କିମ୍ବା ଦୁଇ ବର୍ଷରୁ କମ୍‌ ସମୟ ପର୍ଯ୍ୟନ୍ତ ରହେ ତେବେ ତା ଉପରେ ମଧ୍ୟ ସୁଦ୍ଧ ଅଧିକ ମିଳିବ । ପୁଣି ୨ କୋଟିରୁ କମ୍ ଏଫଡି ଉପରେ ବି ସୁଧ ହାର ୧୦ ବେସିସ ପଏଣ୍ଟକୁ ବୃଦ୍ଧି କରାଯାଇଛି । ତେବେ ଏ ପରିସ୍ଥିତିରେ, ଏସବିଆଇ ଗ୍ରାହକ ଯେଉଁମାନେ ଏହି ଏଫଡି କରିଛନ୍ତି, ତାଙ୍କର ୫ ପ୍ରତିଶତ ସୁଧ ବୃଦ୍ଧି ପାଇବ । ଏହି ସୁଧ ହାର ରହିଛି ୫.୦୧ ପ୍ରତିଶତ। ଏଥି ସହିତ ବରିଷ୍ଠ ନାଗରିକମାନଙ୍କ ନାମରେ ଏଫଡି ବା ଫିକ୍ସଡ ଡିପୋଜିଟ୍‌ ଥିଲେ ତା ଉପରେ ତାଙ୍କୁ ୫.୦୬ ପ୍ରତିଶତ ସୁଧ ମିଳିବ ।

ତେବେ ପାଞ୍ଚରୁ ଦଶ ବର୍ଷର ଜମା ରାଶି ପାଇଁ ବ୍ୟାଙ୍କ ୫.୦୪ ପ୍ରତିଶତ ସୁଧ ଦେଉଛି । ଏଥି ସହିତ, ୨ ରୁ ୩ ବର୍ଷ ଭିତରେ ଥିବା FD ଉପରେ ସୁଧ ହାର ୫.୦୧ ପ୍ରତିଶତ ରହିଛି । ଠିକ୍ ସେହିପରି ୩ ରୁ ୫ ବର୍ଷର କମ୍ FD ଉପରେ ସୁଧ ହାର ୫.୦୩ ପ୍ରତିଶତ ରହିଛି ।

ଜାଣନ୍ତୁ SBI ର ସମୟସୀମା FD ସୁଧ ହାର ବିଷୟରେ।

୭ ରୁ ୪୫ ଦିନର କାର୍ଯ୍ୟକାଳ ସହିତ FD ଉପରେ ସୁଧ ହାର ହେଉଛି ୨.୦୯ ପ୍ରତିଶତ ।

୪୬ ରୁ ୧୭୯ ଦିନର କାର୍ଯ୍ୟକାଳ ଥିବା FD ଗୁଡ଼ିକର ସୁଧ ହାର ୩.୦୯ପ୍ରତିଶତ ରହିଛି ।
୧୮୦ ରୁ ୨୧୦ ଦିନର କାର୍ଯ୍ୟକାଳ ଥିବା FD ଗୁଡ଼ିକର ସୁଧ ହାର ୪.୦୪ ପ୍ରତିଶତ ରହିଛି ।
୨୧୧ ଦିନ ଠାରୁ ୧ ବର୍ଷରୁ କମ୍ FD ଗୁଡ଼ିକର ସୁଧ ହାର ୪.୦୪ପ୍ରତିଶତ ରହିଛି ।
୧ ରୁ ୨ ବର୍ଷରୁ କମ୍ କାର୍ଯ୍ୟକାଳ ଥିବା FD ଗୁଡ଼ିକର ସୁଧ ହାର ୫.୦୧ପ୍ରତିଶତ ରହିଛି ।
୨ ରୁ ୩ ବର୍ଷରୁ କମ୍ ସମୟ ପର୍ଯ୍ୟନ୍ତ ଥିବା FD ଗୁଡ଼ିକର ସୁଧ ହାର ୫.୦୧ ପ୍ରତିଶତ ରହିଛି ।

୩ ରୁ ୫ ବର୍ଷରୁ କମ୍ କାର୍ଯ୍ୟକାଳ ଥିବା FD ଗୁଡ଼ିକର ସୁଧ ହାର ୫.୦୩ ପ୍ରତିଶତ ରହିଛି ।
୫ ରୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ଥିବା FD ଗୁଡ଼ିକର ସୁଧ ହାର ୫.୦୪ ପ୍ରତିଶତ ରହିଛି ।

ତେବେ ବର୍ତ୍ତମାନ ଦେଖିବାକୁ ଗଲେ ଏହା ପୂର୍ବରୁ ନିକଟରେ HDFC ଏହାର FD ସୁଧ ହାର ମଧ୍ୟ ବୃଦ୍ଧି କରିଛି । ୨ ରୁ ୩ ବର୍ଷର FD ଉପରେ ସୁଧ ହାର ୫.୦୨ ପ୍ରତିଶତ ରଖିଯାଇଛି । ଏହା ବ୍ୟତୀତ ୩ରୁ ୫ ବର୍ଷର FD ପାଇଁ ୫.୦୪ ପ୍ରତିଶତ ସୁଧ ରଖାଯାଇଛି । ଯେତେବେଳେ କି, ବ୍ୟାଙ୍କ ୫ ରୁ ୧୦ ବର୍ଷର FD ଉପରେ ୫.୦୬ ପ୍ରତିଶତ ସୁଧ ଦେବ ।
ତେବେ ଷ୍ଟେଟ ବ୍ୟାଙ୍କର ୱେବ୍ ସାଇଟ୍‌ରୁ ଅନ୍ୟ ବର୍ଷର ଫିକ୍ସଡ ଡିପୋଜିଟ ଉପରେ କୌଣସି ପରିବର୍ତ୍ତନ ଅଣା ଯାଇନାହିଁ । ତେଣୁ ଦର୍ଶକ ବନ୍ଧୁ, ଆପଣ କେତେଦିନ ଆପଣଙ୍କ ଜମା ପୁଞ୍ଜି ବ୍ୟାଙ୍କରେ ରଖିବେ ଏବଂ କେତେ ସୁଧ ପାଇ ପାରିବେ ଏଥିରୁ ଭଲ ଭାବେ ଜାଣି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.