ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଟାର୍ଗେଟରେ ଅଛନ୍ତି ନେତା ଓ ଭିିଭିଆଇପି, ଚେତାବନୀ ଜାରି କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପରେଡ଼ ସମୟରେ ଦେଶରେ ଆତଙ୍କୀ ଆକ୍ରମଣ ଆଶଙ୍କା। ଏନେଇ ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଆ ଗେଟ୍‌ ଓ ବିଜୟ ଚୌକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଆଇବି ପୋଲିସକୁ ୯ ପୃଷ୍ଠାର ଚିଠି ଲେଖି ଚେତାବନୀ ଦେଇଛି । ଖଲିସ୍ତାନୀ ଆତଙ୍କୀ ପ୍ରଧାନମନ୍ତ୍ରୀଙ୍କ ବୈଠକ ଓ ଗସ୍ତକୁ ଟାର୍ଗେଟ କରିପାରନ୍ତି ବୋଲି ସତର୍କ କରାଯାଇଛି ।

ସେହିଭଳି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ନିର୍ଦ୍ଦେଶ ଅନୁସାରେ ଖଲିସ୍ତାନ ଲିବରେସନ ଫୋର୍ସ ଭାରତର ବଡ଼ ନେତା, ଭିଭିଆଇପିଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛି । ଖଲିସ୍ତାନ ଲିବରେସନ୍‌ ଫୋର୍ସ ଇସଲାମିକ ଆତଙ୍କୀଙ୍କ ସହ ନୂଆ ମେଣ୍ଟ ବି ବନାଇଛି । ଅନ୍ୟପଟେ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ, ହରକତ୍‌-ଉଲ୍‌ -ମୁଜାହିଦ୍ଦିନ ଭିଭିଆଇପିଙ୍କୁ ଟାର୍ଗେଟ କରିବାର ଆଶଙ୍କା ରହିଛି ।

ଏପଟେ କରୋନାର ତୃତୀୟ ଲହର ଯୋଗୁ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମଧ୍ୟ-ଏସୀୟ ଦେଶର କୌଣସି ଅତିଥି ସାମିଲ ହେବେ ନାହିଁ । ଏ ଦେଇ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ସୂଚନା ଦେଇଛନ୍ତି । ପୂର୍ବରୁ କାଜାଖାସ୍ତାନ, କିର୍ଜିଗସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରମୁଖ୍ୟ ଗଣତନ୍ତ୍ର ଦିସବରେ ସାମିଲ ହେବାକୁ ପୂର୍ବରୁ ନିମନ୍ତ୍ରଣ ପଠାଯାଇଥିଲା । ସେହିପରି ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଦର୍ଶକଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । ଅତିଥିଙ୍କ ସଂଖ୍ୟା ୫ରୁ ୮ ହଜାର ମଧ୍ୟରେ ସୀମିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.