ପିଲାଙ୍କୁ ‘ନବୋଦୟ’ରେ ଦେବାର ଅଛି କି…ଜାରି ହୋଇଯାଇଛି ବିଜ୍ଞପ୍ତି; ଫଟାଫଟ୍‌ କରନ୍ତୁ ଆବେଦନ

ପିଲାଙ୍କ ପାଠପଢ଼ାକୁ ନେଇ ବାପା, ମାଆଙ୍କର ଅନେକ ସ୍ୱପ୍ନ ଥାଏ। ପିଲାମାନେ ଯେପରି ଭଲ ସ୍କୁଲରେ ପାଠ ପଢ଼ିବେ, ସ୍କୁଲର ପରିବେଶ ଯେପରି ଭଲ ଥିବ, ତାହାକୁ ନେଇ ବାପା, ମାଆମାନେ ବହୁ ତର୍ଜମା କରି ଥାଆନ୍ତି। ଅନେକ ବାପା, ମାଆ ଆଶା ରଖି ଥାଆନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ାଇବେ। ହେଲେ ଏଠାରେ ଏ ସବୁ ଏତେ ସହଜ ନ ଥାଏ। କାହିଁକି ନା, ନବୋଦୟ ବିଦ୍ୟାଳୟରେ ପରୀକ୍ଷା ପରେ ହିଁ ପିଲାକୁ ଆଡ୍‌ମିଶନ ମିଳିଥାଏ।

ପରୀକ୍ଷା ପରେ ଜଣା ପଡ଼ିଥାଏ ଯେ ନବୋଦୟରେ ଆଡ୍‌ମିଶନ ମିଳିବ କି ନାହିଁ। ଏହି ବିଦ୍ୟାଳୟରେ ପଢ଼ିବାର ୨ଟି ଫାଇଦା ରହିଛି। ଗୋଟିଏ ହେଲା, ଏଠାରେ ଭଲ ପାଠ ପଢ଼ା ଯାଇଥାଏ ଏବଂ ଦ୍ୱିତୀୟରେ ପିଲାଙ୍କ ପାଠପଢ଼ା ଉପରେ ଅଧିକ ଖର୍ଚ୍ଚ ହୋଇ ନ ଥାଏ। ଯଦି ଆପଣ ବି ନିଜ ପିଲା ମାନଙ୍କୁ ନବୋଦୟରେ ପଢ଼ାଇବାକୁ ଚାହୁଁଛନ୍ତି, ତା’ ହେଲେ ଜାଣି ରଖନ୍ତୁ କି, ଏଠାରେ ନାମ ଲେଖା ପାଇଁ ନୋଟିଫିକେସନ ଆସି ଯାଇଛି।

ନବୋଦୟ ବିଦ୍ୟାଳୟ ସମିତି (ଏନ୍‌ବିଏସ୍‌) ଜେଏନ୍‌ଭି ୯ମ ଶ୍ରେଣୀ ପାଇଁ ଆବେଦନ ଫର୍ମ ୨୦୨୩-୨୪ ଜାରି କରି ଦେଇଛି। ଛାତ୍ର ମାନେ ନିଜର ଜେଏନ୍‌ଭି ଶ୍ରେଣୀ ୯ ଆବେଦନ ଫର୍ମ ୨୦୨୩-୧୪ କୁ ଅଫିସିଆଲ େଓ୍ଵବ୍‌ସାଇଟ nvsadmissionclassnine.in ରେ ଜମା କରି ପାରିବେ। ଜେଏନ୍‌ଭିଏସ୍‌ଟି ଶ୍ରେଣୀ ୯ ପ୍ରବେଶ ଫର୍ମ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ଅକ୍ଟୋବର ୧୫, ୨୦୨୨।

ଯୋଗ୍ୟ ଆଶାୟୀ ମାନେ ଅଫିସିଆଲ େଓ୍ଵବ୍‌ସାଇଟ ମାଧ୍ୟମରେ ନିଜର ଅନଲାଇନ ଆବେଦନ ଜମା କରି ପାରିବେ। ଏନ୍‌ଭିଏସ୍‌ ପ୍ରବେଶ ଶ୍ରେଣୀ ୯ର ଫର୍ମ ଭରିବା ପୂର୍ବରୁ ଆଶାୟୀ ମାନଙ୍କୁ ଜେଏନ୍‌ଭିଏସ୍‌ଟି ଶ୍ରେଣୀ ୯ର ଯୋଗ୍ୟତା ମାନଦଣ୍ଡକୁ ଚେକ୍‌ କରିବାକୁ ପଡ଼ିବ। ଏଥର ଜେଏନ୍‌ଭିଏସ୍‌ଟି ପରୀକ୍ଷା ଫେବୃୟାରୀ ୧୧, ୨୦୨୩ରେ ଆୟୋଜନ କରାଯିବ।

ଏମିତି କରନ୍ତୁ ଅନଲାଇନ ଆବେଦନ

-ଛାତ୍ରମାନେ ଜେଏନ୍‌ଭିଏସ୍‌ଟି ଶ୍ରେଣୀ ୯ ପ୍ରବେଶ ପତ୍ରକୁ ଅନଲାଇନ ଭରିବା ପାଇଁ ଦିଅଯାଇଥିବା ସୋପାନ ଗୁଡ଼ିକୁ ପାଳନ କରି ପାରିବେ।

-ଆବେଦନ ଫର୍ମ ଭରିବା ପାଇଁ ଛାତ୍ରମାନଙ୍କୁ ସର୍ବ ପ୍ରଥମେ ଏନ୍‌ଭିଏସ୍‌ର ଅଫିସିଆଲ େଓ୍ଵବ୍‌ସାଇଟ navodaya.gov.in, nvsadmissionclassnine.in କୁ ଯିବାକୁ ହେବ।

-ଏବେ ଆପଣଙ୍କୁ ‘Registration- phase 1’ ରେଜିଷ୍ଟ୍ରେସନ ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ।

-ଏବେ NVS Class 9 registration form କୁ ଭରନ୍ତୁ।

-ଫର୍ମ ପୂରଣ କରିବା ପରେ ଆଶାୟୀ ଛାତ୍ର ମାନେ ନିଜର ସ୍କାନ୍‌ କରାଯାଇଥିବା ଡକ୍ୟୁମେଣ୍ଟ ଗୁଡ଼ିକର କପି ଅପ୍‌ଲୋଡ କରି ଦିଅନ୍ତୁ।

-ଏବେ କନ୍‌ଫର୍ମେସନ ପେଜ୍‌କୁ ଡାଉନଲୋଡ୍‌ କରନ୍ତୁ ଏବଂ ଏହାର ପ୍ରିଣ୍ଟ୍‌ ଆଉଟ୍‌ ବାହାର କରି ନିଅନ୍ତୁ।

-ଏଥି ପୂର୍ବରୁ ଜେଏନ୍‌ଭିଏସ୍‌ଟି ଶ୍ରେଣୀ ୯ମର ଫଳାଫଳ ୨୦୨୨, ଗତ ଜୁନ୍‌ ୧୪ରେ ଘୋଷଣା କରାଯାଇଥିଲା। ଏହାର ପ୍ରବେଶ ପରୀକ୍ଷା ଏପ୍ରିଲ ୯, ୨୦୨୨ରେ ଆୟୋଜିତ ହୋଇଥିଲା।

-ନୋଟିଫିକେସନ ଚେକ୍‌ କରିବାର ସିଧା ଲିଙ୍କ୍‌ ହେଉଛି, https://www.nvsadmissionclassnine.in/nvs9reg/resources/Notification.pdf।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.