FD କରିବା ପୂର୍ବରୁ ଜାଣି ନିଅନ୍ତୁ ଦେଶର ୧୦ ଗୋଟି ପ୍ରମୁଖ ବ୍ୟାଙ୍କ ବିଷୟରେ ଯେଉଁମାନେ ଦେଉଛନ୍ତି ଅଧିକ ସୁଧ

RBI ଦ୍ୱାରା ଲଗାତର ୬ ଥର ରେପୋ ରେଟ୍ ବଢିବା ପରେ ସମସ୍ତ ବ୍ୟାଙ୍କ ଏଫ୍ ଡି(ସ୍ଥାୟୀ ଜମା) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ତେବେ ଆରବିଆଇ ଗୁରୁବାର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ସୁଧ ହାର ସ୍ଥିର ରଖିଛନ୍ତି ।

RBI ଦ୍ୱାରା ଲଗାତର ୬ ଥର ରେପୋ ରେଟ୍ ବଢିବା ପରେ ସମସ୍ତ ବ୍ୟାଙ୍କ ଏଫ୍ ଡି(ସ୍ଥାୟୀ ଜମା) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ତେବେ ଆରବିଆଇ ଗୁରୁବାର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ସୁଧ ହାର ସ୍ଥିର ରଖିଛନ୍ତି । ଏହି ସମୟରେ ଘରୋଇ ଠାରୁ ଆରମ୍ଭ କରି ସରକାରୀ ପର୍ଯ୍ୟନ୍ତ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ ଓ ଛୋଟ ପ୍ରାଇଭେଟ୍ ବ୍ୟାଙ୍କ ସମସ୍ତେ ଏଫଡି ଉପରେ ସୁଧହାର ବୃଦ୍ଧି କରିଛନ୍ତି ।
ଯଦି ଆପଣ ଏଫଡି ଉପରେ ଅଧିକ ସୁଧ ଲାଗି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ଏଫଡି ଉପରେ କରନ୍ତୁ ଯେଉଁଥିରେ ନିବେଶ କରି ଆପଣ ଭଲ ଲାଭ ପାଇପାରିବେ । ଏଫଡି ଏକ ସୁରକ୍ଷିତ ନିବେଶର ବିକଳ୍ପ ହେବା ସହିତ ଭଲ ଲାଭର ମାଧ୍ୟମ ମଧ୍ୟ ପାଲଟି ଯାଇଛି ।

  • ଏଚଡିଏଫସି ବ୍ୟାଙ୍କ ନିଜର ସାଧାରଣ ଗ୍ରାହକଙ୍କୁୁ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ୨ କୋଟି ଟଙ୍କାରୁ କମ୍ ଏଫଡି ଉପରେ ୩ ପ୍ରତିଶତରୁ ଆରମ୍ଭ କରି ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • ଆଇସିଆଇସିଆଇ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ୨ କୋଟି ଟଙ୍କାରୁ କମ୍ ଏଫଡି ଉପରେ ୩ ପ୍ରତିଶତରୁ ଆରମ୍ଭ କରି ୭.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କୁ ୩ ପ୍ରତିଶତରୁ ୭.୧୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • ଆକ୍ସିସ୍ ବ୍ୟାଙ୍କ ୩.୫୦ ପ୍ରତିଶତରୁ ୭.୮୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି ।
  • ବ୍ୟାଙ୍କ ଅଫ ବରୋଦା ୩ ପ୍ରତିଶତରୁ ଆରମ୍ଭ କରି ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • ପିଏନବି ୩.୫୦ ପ୍ରତିଶତରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • ୟୁନିଅନ୍ ବ୍ୟାଙ୍କ ୩.୦୦ ପ୍ରତିଶତରୁ ୭.୦୦ ପ୍ରତିଶତ ସୁଧ ପ୍ରଦାନ କରୁଛି ।
  • କାନାଡା ବ୍ୟାଙ୍କ ୪ ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • କୋଟାକ୍ ମହିନ୍ଦ୍ରା ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫ୍ ଡି ଉପରେ ୨.୭୫ରୁ ୭.୨୦ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
  • ୟସ୍ ବ୍ୟାଙ୍କ ୩.୨୫ରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.