ଆଜି ଜାଣନ୍ତୁ ଇନକମ ଟ୍ୟାକ୍ସର ଝିନଝଟ୍ କୁ କିପରି ନିଜକୁ ବଞ୍ଚାଇବେ, ଯେଉଁଥିରେ ଆପଣଙ୍କ ସେଭିଂ ରହିବ ଏକଦମ ସୁରକ୍ଷିତ
ରୋଜଗାର ଯେତିକି ବଢ଼ିଚାଲେ, ତାହା ଇନକମ୍ ଟ୍ୟାକ୍ସ ଅଧୀନକୁ ଆସିଯାଏ। ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ। ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ। ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍ ଟ୍ୟାକ୍ସ ସ୍ଲାବ୍ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଅନୁସାରେ ସରକାର କର ଆଦାୟ କରି ଥାଆନ୍ତି।
ଇନକମ୍ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷର ୩୧ ମାର୍ଚ୍ଚରେ ଶେଷ ହୋଇଥାଏ।
ବର୍ଷ ଶେଷରେ ସବୁ ଚାକିରିଆଙ୍କ ଗୋଟିଏ ସମସ୍ୟା ଥାଏ, ତାହା ହେଉଛି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ। ଇନ୍ଟ୍ୟାକ୍ସ ନ ଦେଲେ ଅଧିକ ଜରିମାନା ଦେବା ଭୟ ଥିବା ବେଳେ ଦେଲେ ଦରମାରୁ ବଡ଼ ଅଂଶ କଟିଯାଏ। ଟ୍ୟାକ୍ସ ରିଟର୍ଣ୍ଣ କରିବାର ସଠିକ୍ ପ୍ରକ୍ରିୟା ଜାଣିନଥିବାରୁ ଅଧିକାଂଶ ଲୋକଙ୍କ ଦରମାର ଅଧା କେବଳ ଟ୍ୟାକ୍ସ ଦେବାରେ ଯାଏ। କିନ୍ତୁ କେତେକ ସାଧାରଣ କାଗଜପତ୍ର ମାଧ୍ୟମରେ ଆପଣ ଚାହିଁଲେ କମ୍ ଇନ୍କମ୍ ଟ୍ୟାକ୍ସ ଦେଇପାରିବେ।
ଚଳିତ ଆର୍ଥିକ ବର୍ଷ ଖୁବଶୀଘ୍ର ସମାପ୍ତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଆପଣ ନିଜର ଫାଇନାନ୍ସିଆଲ ପ୍ଲାନିଂ କରିପାରନ୍ତି । ଇନକମ୍ ଟ୍ୟାକ୍ସରୁ ବର୍ତ୍ତିବା ପାଇଁ ସରକାର ଜନସାଧାରଣଙ୍କୁ ଅନେକ ଅପସନ ପ୍ରଦାନ କରିଛନ୍ତି । ଏପରି ସ୍ଥଳେ ଆପଣ ୫ଟି ଜବରଦସ୍ତ ଟ୍ରିକ୍ସ ଆପଣାଇ ପାରିବେ ।
ଇନକମ୍ ଟ୍ୟାକ୍ସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ଅପସନ ସନ୍ଧାନରେ ରହିଥାନ୍ତି । ଅନେକ ବ୍ୟକ୍ତି ଟ୍ୟାକ୍ସ ବଞ୍ଚାଇବା ଚକ୍କରରେ ଏପରି କିଛି ଭୁଲ୍ କରି ବସନ୍ତି, ଫଳରେ ତାଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ିଥାଏ । ଆପଣ କିନ୍ତୁ ଏହିସବୁ ଟିପ୍ସକୁ ଆପଣାଇ ଟ୍ୟାକ୍ସ ସମ୍ବନ୍ଧିତ ସମସ୍ୟାରୁ ବଞ୍ଚିପାରିବେ।
-ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ):
ଏଥିରେ ନିବେଶ କରି ୭.୧ ପ୍ରତିଶତ ସୁଧ ପାଇପାରିବେ । ବାର୍ଷିକ ୧.୫ ଲକ୍ଷ ନିବେଶ ଉପରେ ଟ୍ୟାକ୍ସ ରିହାତି ମିଳିଥାଏ ।
-ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ):
ଏଥିରେ ଆପଣ ନିବେଶ କରି ଟ୍ୟାକ୍ସ ଛାଡ଼ ପାଇପାରିବେ । ଏହି ସ୍କିମର ନିବେଶ ଅର୍ଥ ଉପରେ ବର୍ତ୍ତମାନ ୭.୬ ପ୍ରତିଶତ ସୁଧ ମିଳୁଛି । ନୂଆ ନିୟମ ଅନୁଯାୟୀ, ଗୋଟିଏ କନ୍ୟା ପରେ ଯମଜ କନ୍ୟା ଜନ୍ମହେଲେ ତାଙ୍କ ଖାତାରେ ମଧ୍ୟ ଟ୍ୟାକ୍ସ ଛାଡ଼ ମିଳିବ ।
-ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସଏସ):
ଏଥିରେ ଆପଣ ୮୦ସି ଅଧିନରେ ଟ୍ୟାକ୍ସ ଛାଡ଼ ପାଇପାରିବେ । ଆପଣ ବର୍ଷକୁ ସର୍ବାଧିକ ୧.୫ ଲକ୍ଷ ନିବେଶ କରି ୮ ପ୍ରତିଶତ ସୁଧ ପାଇପାରିବେ ।
-ନ୍ୟାସନାଲ ପେନସନ ସ୍କିମ (ଏନପିଏସ):
ଆପଣ ଏନପିଏସରେ ନିବେଶ କରି ଇନକମ ଟ୍ୟାକ୍ସର ସେକ୍ସନ ୮୦ସିରେ ଟ୍ୟାକ୍ସ ରିହାତି ପାଇ ପାରିବେ । ଏଥିରେ ବର୍ଷକୁ ୧.୫ ଲକ୍ଷ ଓ ଧାରା ୮୦ସିସିଡି ଅଧିନରେ ଅତିରିକ୍ତ ୫୦ ହଜାର ଟଙ୍କାର ନିବେଶ କରିପାରିବେ । ଆପଣ ମୋଟ ୨ ଲକ୍ଷର ଟ୍ୟାକ୍ସ ଛାଡ଼ ପାଇ ପାଇବେ ।
-ଏହାଛଡ଼ା ଟ୍ୟାକ୍ସପେୟର୍ସ ହାଉସିଂ ରେଣ୍ଟ, ଲିଭ ଟ୍ରାଭେଲ ଆଲାଉନ୍ସ, ଶିକ୍ଷା ଋଣ, ହୋମ ଲୋନର ସୁଧ ଉପରେ ମଧ୍ୟ ଟ୍ୟାକସ ଛାଡ଼ ମିଳିଥାଏ