ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କ ନିମିତ୍ତ ଏହି ପୂଜା କଲେ ମିଳିଥାଏ କୋଟିଜନ୍ମର ପୂଣ୍ୟ, ପଡ଼ିଥାଏ ପ୍ରଭୁଙ୍କ ଶୁଭାଶିର୍ବାଦ

ମକର ସଂକ୍ରାନ୍ତି ଭାରତୀୟ ସଂସ୍କୃତିର ଏକ ପ୍ରମୁଖ ପର୍ବ। ପ୍ରତ୍ୟେକ ଥର ମକର ସଂକ୍ରାନ୍ତି ଜାନୁଆରୀ ୧୪ ତାରିଖରେ ପାଳନ କରାଯାଏ। କିନ୍ତୁ ପ୍ରତ୍ୟେକ ପର୍ବ ପାଳନ ପାଇଁ ତିଥି ଜାଣିବା ବହୁତ ଗୁରୁତ୍ୱ ପୂର୍ଣ୍ଣ। ବିନା ତିଥିରେ ଆପଣ କୌଣସି ପର୍ବକୁ ପାଳନ କରିପାରିବେ ନାହିଁ। ତେବେ ଚଳିତ ଥର ମକର ସଂକ୍ରାନ୍ତି କୁ ଅନେକ ଜାନୁଆରୀ ୧୪ ରେ ମାନେ ଆଜି ପାଳନ କରୁଥିବା ବେଳେ କିଛି ଜଣ ଏହାକୁ ଆସନ୍ତା କାଲି ମାନେ ଜାନୁଆରୀ ୧୫ରେ ମାନିବେ। ତେବେ ନିୟମକୁ ଧ୍ୟାନ ଦେଲେ ସୂୂର୍ଯ୍ୟଦେବ ପ୍ରତ୍ୟେକ ଥର ଗୋଟିଏ ମାସରେ ନିଜ ରାଶି ପରିବର୍ତ୍ତନ କରିଥାନ୍ତି। ଆଉ ଏହିଦିନକୁ ଆମେ ସଂକ୍ରାନ୍ତି ରୂପେ ପାଳନ କରୁ।

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ। ସୂର୍ଯ୍ୟଦେବ ଯେବେ ଧନୁ ରାଶିରୁ ମକର ସଂକ୍ରାନ୍ତିକୁ ଚଳିଥାନ୍ତି ସେତେବେଳେ ମକର ସଂକ୍ରାନ୍ତି ପର୍ବକୁ ପାଳନ କରାଯାଏ। ଆଉ ଆଜିର ତିଥି ଦେଖିଲେ ଶନିବାର ରାତି ୮.୩୦ ପରେ ସୂର୍ଯ୍ୟଦେବ ମକର ରାଶିକୁ ଚଳିବେ। ତେଣୁ କିଛି ଲୋକ ଆସନ୍ତା କାଲି ମାନେ ଜାନୁଆରୀ ୧୫ ରବିବାରରେ ଏହି ପର୍ବକୁ ପାଳନ କରିବେ। ତେବେ ସେ ଯାହା ହେଉ ନା କାହିଁକି ଏହି ଅବସରରେ ଅନେକ ଲୋକଙ୍କ ଉପରେ ସୂର୍ଯ୍ୟଙ୍କର ଶୁଭ ଓ ଅଶୁଭ ପ୍ରଭାବ ପଡ଼ିପାରେ।

ଦର୍ଶକବନ୍ଧୁ ମକର ସଂକ୍ରାନ୍ତିରୁ ଦିନ ବଡ଼ ହୋଇଯାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ କଣ କରିବାର ବିଧି ରହିଛି ଏବଂ କାହିଁକି ଏ ଉତ୍ସବ ପାଳନ କରାଯାଉଛି । ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକର ଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟଣରୁ ଉତ୍ତରାୟଣ ହୋଇଥାନ୍ତି। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି ।

ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ବିଶ୍ୱାସ କରାଯାଏ ଏହି କାଳ ମଧ୍ୟରେ ମୃତୁ୍ୟବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ । ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ପୃଥିବୀ ଲୋକରେ ପହଞ୍ଚି ଅସୁରମାନଙ୍କୁ ସଂହାର କରିବା ସହ ମୁଣ୍ଡ କାଟି ମନ୍ଦରା ପର୍ବତରେ ପୋତି ଦେଇଥିଲେ। ସେହିଦିନ ଠାରୁ ଭଗବାନ ବିଷ୍ଣୁଙ୍କ ଏହି ବିଜୟକୁ ମକର ସଂକ୍ରାନ୍ତି ପର୍ବ ରୂପେ ପାଳନ କରାଯାଇଥାଏ। ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ ।

ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହ ଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ । ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ ।

ଧାର୍ମିକ ମାନ୍ୟତା ଅନୁସାରେ ବି ଦାନ ଧର୍ମର ମହତ୍ତ୍ୱ ରହିଛି । ଏହି ଦିନ ଦାନ କରିବାକୁ ଅତ୍ୟନ୍ତ ଶୁଭ ଭାବେ ଧରାଯାଇଥାଏ । ତେବେ ଆସନ୍ତୁ କଣ କଣ ଦାନ କଲେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ମିଳିଥାଏ ଜାଣିବା:-

– ଏହି ଦିନ କିଛି ଗୁଡ ଦାନ କରିବା ଉଚିତ । ଗୁଡ ଦେବା ଦ୍ୱାରା ଘରୁ ଦାରିଦ୍ରତ୍ୟ ଦୂର ହେଉଥିବା ନେଇ ବିଶ୍ୱାସ ରହିଛି । ଏହାବାଦ ଏହା ଖୁବ ଶୁଭ ବି ହୋଇଥାଏ ।
– ଏହି ଦିନ ଘରେ ପ୍ରସ୍ତୁତ ହେଉଥିବା ଖେଚୁଡ଼ିକୁ ଗରିବଙ୍କ ମଧ୍ୟରେ ଵାଟନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

– ଏହି ପବିତ୍ର ଦିବସରେ ରାଶି ଦାନ ଆକାରରେ ଦେବା ବି ଖୁବ ଶୁଭ । ଏହି ଦିନ ଘରେ ରାଶି ଓ ଗୁଡ ବ୍ୟବହାର କରି ଅନେକ ଖାଦ୍ୟ ବି ପ୍ରସ୍ତୁତ କରାଯାଏ । ଏହାକୁ ବି ଆପଣ ଦାନ ଆକାରରେ ଦେଇ ପାରିବେ ।
– ରାଶି ଅନୁଯାୟୀ କିଛି କିଛି ଦାନ ଆକାରରେ ଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.