ମହିନ୍ଦ୍ରାର ଏହି କାରରେ ମିଳୁଛି ଦମଦାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଲାଭ

ଚଳିତ ମାସରେ ମହିନ୍ଦ୍ରା ନିଜର କିଛି ମଡେଲ୍ସ ଉପରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି, ଯେଉଁଥିରେ XUV300, XUV400, ବୋଲେରୋ, ବୋଲେରୋ ନିଓ ଏବଂ ମରାଜୋ ଭଳି ମଡେଲ ସାମିଲ ଅଛି ।

ଚଳିତ ମାସରେ ମହିନ୍ଦ୍ରା ନିଜର କିଛି ମଡେଲ୍ସ ଉପରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି, ଯେଉଁଥିରେ XUV300, XUV400, ବୋଲେରୋ, ବୋଲେରୋ ନିଓ ଏବଂ ମରାଜୋ ଭଳି ମଡେଲ ସାମିଲ ଅଛି । ଏହି ଅଫର ଅନୁଯାୟୀ ଗ୍ରାହକମାନେ ଏହି ମଡେଲ କିଣିବା ଦ୍ୱାରା ଏକ୍ସଚେଞ୍ଜ ବୋନସ୍‌, କ୍ୟାସ ଡିସକାଉଣ୍ଟ ଏବଂ ଆକ୍ସେସରିଜ୍‌ ଭଳି ଡିସକାଉଣ୍ଟ ପାଇପାରିବେ । କିନ୍ତୁ XUV700, Scorpio-N, Scorpio Classic ଏବଂ Thar ଉପରେ କୌଣସି ଡିସକାଉଣ୍ଟ ଦିଆଯାଉ ନାହିଁ ।

ମହିନ୍ଦ୍ରା XUV300 :
ମହିନ୍ଦ୍ରା ଏହାର XUV300ର ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟ ଉପରେ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଭାରିଆଣ୍ଟ ଉପରେ ନିର୍ଭର କରି ଡିସକାଉଣ୍ଟ ଏବଂ ଲାଭ ଭିନ୍ନ ଭିନ୍ନ ହୋଇପାରେ । ମହିନ୍ଦ୍ରା XUV300 ୧.୨ ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ ଏବଂ ୧.୫ ଲିଟର ଡିଜେଲ ଇଞ୍ଜିନର ଅପ୍ସନ ସହିତ ଆସିଥାଏ । ଉଭୟ ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ କିମ୍ବା ୬-ସ୍ପିଡ୍ AMTର ଅପ୍ସନ ସହିତ ମିଳୁଛି ।

ମହିନ୍ଦ୍ରା xuv400 :
ଅକ୍ଟୋବର ୨୦୨୩ରେ ମହିନ୍ଦ୍ରା XUV400 କିଣିଲେ ଗ୍ରାହକମାନେ ୧.୨୫ ଲକ୍ଷ ଟଙ୍କାର ଡିସକାଉଣ୍ଟ ପାଇପାରିବେ । ଏହାର ESC ଭାରିଆଣ୍ଟରେ ୫୦,୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ଏହାର ESC ଭାରିଆଣ୍ଟରେ 34.5 kWh ବ୍ୟାଟେରୀ ପ୍ୟାକ୍ ଅଛି, ଯାହା ଚାର୍ଜ ପାଇଁ ୩୭୫ କିଲୋମିଟର ରେଞ୍ଜ ଦେଇଥାଏ । ଅନ୍ୟପଟେ ଏହାର EL ଭାରିଆଣ୍ଟରେ 39.4 kWh ବ୍ୟାଟେରୀ ବ୍ୟବହାର ହୋଇଛି, ଯାହା ଚାର୍ଜ ପ୍ରତି ୪୫୬ କିଲୋମିଟର ରେଞ୍ଜ ଦେଇଥାଏ ।

ମହିନ୍ଦ୍ରା ବୋଲେରୋ :
ଚଳିତ ମାସରେ ମହିନ୍ଦ୍ରା ବୋଲେରୋରେ ୭୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଗ୍ରାହକମାନେ B6 ଏବଂ B6 (O) ଭାରିଆଣ୍ଟରେ ୨୦,୦୦୦ ଟଙ୍କା ମୂଲ୍ୟର ମାଗଣା ଆକ୍ସେସରିଜ୍‌ ସହିତ ୧୫,୦୦୦ ଏବଂ ୫୦,୦୦୦ ଟଙ୍କାର କ୍ୟାସ୍‌ ଡିସକାଉଣ୍ଟ ପାଇପାରିବେ । ବୋଲେରୋରେ ୧.୫ ଲିଟର ଡିଜେଲ ଇଞ୍ଜିନ୍ ଅଛି, ଯାହା ୭୬ ଏଚପି ପାଓ୍ଵାର ଏବଂ ୨୧୦ Nm ଟର୍କ ଜେନେରେଟ କରେ ।

ମହିନ୍ଦ୍ରା ବୋଲେରୋ ନିଓ :
ଏହି ମାସରେ ମହିନ୍ଦ୍ରା ବୋଲେରୋ ନିଓରେ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ବୋଲେରୋ ନିଓର N4 ୫,୦୦୦ ଟଙ୍କା ଏବଂ N8 ଟ୍ରିମ୍ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ସହିତ ମିଳୁଛି । ସେହିପରି N10 ଏବଂ N10 (O) ଭାରିଆଣ୍ଟ ଗୁଡିକ ୩୦,୦୦୦ ଟଙ୍କା ଡିସକାଉଣ୍ଟରେ ମିଳୁଛି ।