ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୁପା ଦାମ୍‌

ପ୍ରତ୍ୟେକ ଦିନ ସୁନା ଦାମ୍‌ର ତାଜା ଅପଡେଟ୍‌ ଏଠାରେ ମିଳିବ। ଏଠାରେ ଆପଣ ଓଡିଶା ସମେତ ଦେଶର ପ୍ରମୁଖ ସହରର ସୁନା ଦାମ୍‌ ପ୍ରଥମେ ଜାଣିପାରିବେ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ  ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୪୬, ୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୦,୫୧୦ ଟଙ୍କା ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୭୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩୦ ଟଙ୍କା କମି ୪୯,୯୭୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୦,୫୧୦ ଟଙ୍କା ଓ ୪୬,୩୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୩୦୦ ଟଙ୍କା ଓ ୫୦,୫୧୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭,୩୦୯ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୧,୬୧୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୩୦୦ ଟଙ୍କା ଓ ୫୦,୫୧୦ ଟଙ୍କା ରହିଛି।

ଅନ୍ୟପଟେ ଆଜି ରୁପା ଦର କିନ୍ତୁ ବୃଦ୍ଧି ପାଇଛି। ରୁପା କିଲୋଗ୍ରାମ ପ୍ରତି ୪୦୦ ଟଙ୍କା ବଢ଼ି ୬୩,୪୦୦ ଟଙ୍କା ଥିବା ରେକର୍ଡ ହୋଇଛି।

Leave A Reply

Your email address will not be published.