Below header

ଆଜି ଆର୍ଥିକ ବର୍ଷର ଶେଷ ଦିନ, କାଲି ଠାରୁ ଆପଣଙ୍କ ଜୀବନରେ ହେବ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ

ଆଜି ଆର୍ଥିକ ବର୍ଷ ୨୦୧୮-୧୯ ମସିହାର ଶେଷ ଦିନ। ଏହାସହିତ ଆହୁରି ଅନେକ ନିୟମ ରହିଛି ଯାହାକୁ ପୁରା କରିବା ପାଇଁ ମଧ୍ୟ ଆଜି ଶେଷ ଦିନ ଅଟେ। ଏହି ତାରିଖକୁ ଜଡିତ ସମସ୍ତ କାମକୁ ଆଜି ଶେଷ କରିଦିଅନ୍ତୁ ନଚେତ ଆଗକୁ ଅସୁବିଧାରେ ପଡିପାରନ୍ତି।

ପାନ କାର୍ଡ ହୋଇପାରେ ରଦ୍ଦ

ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ। ଆପଣ ଯଦି ଲିଙ୍କ୍ କରିନାହାନ୍ତି ତେବେ ଏକ ଏପ୍ରିଲରୁ ପାନ କାର୍ଡ ରଦ୍ଧ ହୋଇଯିବ ଏବଂ ଆଇଟିଆର ଦାଖଲ କରିପାରିବେ ନାହିଁ।

ଟିଭି ଚ୍ୟାନେଲ ବାଛିବାର ଆଜି ଶେଷ ସୁଯୋଗ, ନଚେତ ହେବ ଅସୁବିଧା

ଟ୍ରାଇ ନିୟମ ଅନୁଯାୟୀ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଟିଭି ଚ୍ୟାନେଲ ପ୍ୟାକ ଚୟନ କରିବାର ଶେଷ ମୌକା ଅଟେ। ଏମିତି ନକରିବା ଦ୍ବାରା ଏପ୍ରିଲ ୧ରୁ ଡିଟୁଏଚ ଏବଂ କେବୁଏ ସେବା ପ୍ରଭାବିତ ହେବ। ଲୋକମାନଙ୍କୁ ଏହା ପାଇଁ ଅଧିକ ଶୁଳ୍କ ଦେବାକୁ ହେବ।

tvଶସ୍ତା ହୋଇପାରେ ଲୋନ୍

ଏପ୍ରିଲ ଠାରୁ ବ୍ୟାଙ୍କ୍ ଲୋନ ଶସ୍ତା ହୋଇପାରେ। ବ୍ୟାଙ୍କ୍ ଏମସିଏଲଆର ବଦଳରେ ରେପୋ ରେଟ ଆଧାରରେ ଲୋନ ମିଳିବ। ଆରବିଆଇ ରେପୋ ରେଟ କମ୍ କରିବା ଦ୍ବାରା ବ୍ୟାଙ୍କକୁ ବି ଦର ହ୍ରାସ କରିବାକୁ ହେବ। ଏବେ ବ୍ୟାଙ୍କ୍ ନିଜେ ନିଷ୍ପତି ନେବ ଯେ କେବେ ସୁଧ ହାର କମ୍ ହେବ ବା ବଢ଼ିବ।

ନୂଆ ନମ୍ବର ପ୍ଲେଟ୍

ସୋରୁମରେ ବିକ୍ରୀ ହେଉଥିବା ହାଇ ସିକ୍ୟୁରିଟୀ ନମ୍ବର ପ୍ଲେଟ ଫିଟ କରିବା ଏକ ଏପ୍ରିଲ ଠାରୁ ଅନିବାର୍ଯ୍ୟ ହେବ। ସୁପ୍ରିମ କୋର୍ଟ ବିଶେଷ ରୂପରେ ଏହି ନିୟମ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରେ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି।

ଏବିଏସ : ଦୁଇ ଚକିଆ ଯାନ ହେବ ଅଧିକ ସୁରକ୍ଷିତ

୧୨୫ ସିସିରୁ ଅଧିକ ପାୱାରର ମୋଟର ସାଇକେଲରେ ଅଟୋମୋବାଇଲ କମ୍ପାନୀ ଗୁଡିକୁ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ ଦେବା ଅନିବାର୍ଯ୍ୟ ଅଟେ। ଏହାଦ୍ବାରା ଦୁର୍ଘଟଣା କମ୍ ହେବ। ସଡକ ପରିବହନ ଏବଂ ହାଇୱେ ମନ୍ତ୍ରାଳୟ ମାର୍ଚ୍ଚ ୨୦୧୬ରେ ଏହା ନିର୍ଦ୍ଦେଶ ଦେଇଥିଲେ। ଯାହା ଦ୍ବାରା ଏହା ଏକ ଏପ୍ରିଲ ୨୦୧୯ ଠାରୁ ବିନା ଏବିଏସ ଗାଡି ବିକ୍ରୀ କରାଯିବ।

ବ୍ୟାଙ୍କ୍ ବିଲୟ

ଦେନା ବ୍ୟାଙ୍କ୍ ଏବଂ ବିଜୟା ବ୍ୟାଙ୍କର ବ୍ୟାଙ୍କ୍ ଅଫ ବଡୋଦାରେ ଏପ୍ରିଲ ୧ରୁ ଅଫିସିଆଲ ଭାବରେ ବନ୍ଦ ହୋଇଯିବ।

Urban bank1_6C--621x414ନିଜେ ଟ୍ରାନ୍ସଫର କରିପାରିବେ ପିଏଫ ଆକାଉଣ୍ଟ

ଯଦି ଆପଣ ଏପ୍ରିଲ ୧ ଠାରୁ ଚାକିରି ପରିବର୍ତ୍ତନ କରୁଛନ୍ତି ତେବେ ପୁରୁଣା ପିଏଫ ଆକାଉଣ୍ଟର ଟଙ୍କା ନୂଆ ପିଏଫ ଆକାଉଣ୍ଟକୁ ଟ୍ରାନ୍ସଫର କରିବାର ଅସୁବିଧାରୁ ମୁକ୍ତି ମିଳିବ। କାରଣ ଇପିଏଫଓର ନୂଆ ନିୟମ ଅନୁଯାୟୀ ଆପଣଙ୍କ ନୁଆ ଆକାଉଣ୍ଟ ଆପେ ଆପେ ପୁରୁଣା ସହିତ ଯୋଡି ହୋଇଯିବ।

ଦିଲ୍ଲୀରୁ ବିମାନ ଯାତ୍ରା ସହଜ ହେବ

ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଟର୍ମିନାଲ ଦ୍ବିତୀୟ ଘରୋଇ ଯାତ୍ରୀଙ୍କୁ ବିନା ଚେକ ଇନ କ୍ଷେତ୍ରରେ ଯିବାକୁ, ବୋର୍ଡିଂ କ୍ଷେତ୍ରରେ ଯିବାକୁ ଅନୁମତି ମିଳିବ।

financial_years_ending_30_03_2019ଏୟାର ଇଣ୍ଡିଆ ଫ୍ଲାଇଟରେ ପୌଷ୍ଟିକ ଖାଦ୍ୟ

ଏୟାର ଇଣ୍ଡିଆ ଦୁଇ ବର୍ଷ ପରେ ଖାଦ୍ୟପେୟର ମେନୁକୁ ପରିବର୍ତ୍ତନ କରୁଛି। ଭୋଜନରେ ପୌଷ୍ଟିକ ଭୋଜନ ଦିଆଯିବ।

ବିଦ୍ୟୁତର ପ୍ରିପେଡ ମିଟର

ଦେଶ ସାରା ବିଦ୍ୟୁତ ଉପଭୋକ୍ତାଙ୍କୁ ବିଜୁଳିର ପ୍ରିପେଡ ମିଟର ନେବାର ବିକଲ୍ପ ମିଳିବ ନାହିଁ। ଏହା ଦ୍ବାରା ଗ୍ରାହକ ଯେତେ ବିଦ୍ୟୁତ ଖର୍ଚ୍ଚ କରିବାକୁ ଚାହିଁବେ, ତା ପୂର୍ବରୁ ପେମେଣ୍ଟ କରିପାରିବେ। ଏହି ମିଟରକୁ ଅନଲାଇନ ମଧ୍ୟ ରିଚାର୍ଜ କରାଯରାପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.