Below header

ଖରାଦିନେ ଏପରି ଭାବରେ କରନ୍ତୁ ଡ୍ରେସର ଚୟନ, ଯାହା ଆପଣଙ୍କୁ ଆରମ ଲାଗିବା ସହିତ ଦେଇଥାଏ ଷ୍ଟାଇଲିଷ୍ଟ ଲୁକ୍

ଆମ ଡ୍ରେସ ପିନ୍ଧିବାର ପସନ୍ଦରେ ପରିବର୍ତ୍ତନ ହୋଇଥାଏ। ଯେପରି ଖରାଦିନ ଆସିବା ମାତ୍ରେ ହିଁ ଆମେ ମୋଟା ଓ ଗରମ ପୋଷାକ ପିନ୍ଧିବା ପରିବର୍ତ୍ତେ ହାଲକା ପୋଷାକ ପିନ୍ଧିବାକୁ ପସନ୍ଦ କରିଥାଉ। ଖାସ କରି ଯୁବଗୋଷ୍ଠୀମାନେ ଏପରି ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ଯାହା ଦ୍ବାରା ଆରାମ ଲାଗିବା ସହିତ ଷ୍ଟାଇଲିସ ଲୁକ୍ ଦେଇଥାଏ।

ଏହି କାରଣରୁ ଖରାଦିନେ ପୋଷାକ କିଣିବା ସମୟରେ ଆପଣଙ୍କୁ ଏହାର ରଙ୍ଗ ଓ ଷ୍ଟାଇଲ ବିଷୟରେ ଅଧିକ ଧ୍ୟାନ ଦେବା ସହିତ ପୋଷାକର କପଡା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଖରାଦିନେ ଷ୍ଟାଇଲିସ ଲୁକ୍ ପାଇବା ସହିତ ଆରାମ ପାଇବା ପାଇଁ ଆପଣ କେଉଁ କେଉଁ କପଡାର ପୋଷାକ ପିନ୍ଧିପାରିବେ ଆସନ୍ତୁ ଜାଣିବା।

କଟନ୍ କପଡା

ଖରାଦିନେ ପ୍ରାୟ ସମସ୍ତଙ୍କୁ କଟନ କପଡାରେ ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ଭଲ ଲାଗିଥାଏ। ଏହା ପିନ୍ଧିବାକୁ ବହୁତ ଆରାମଦାୟକ ମଧ୍ୟ ହୋଇଥାଏ। କଟନ କପଡା ମଧ୍ୟ ଦେଇ ବାୟୁ ଚଳାଚଳ ହୋଇପାରିଥାଏ ଓ ଏହା ଆପଣଙ୍କର ଶରୀରର ଆର୍ଦ୍ରତାକୁ ସହଜରେ ଶୋଷିନେଇଥାଏ। କଟନ ପୋଷାକ ପିନ୍ଧିବା ପରେ ଆପଣ ଏକ ଷ୍ଟାଇଲିସ ଲୁକ୍ ପାଇଥାନ୍ତି।

ଏହା ସହ ପଢ଼ନ୍ତୁ :ଖରା ଦିନର ଅନେକ ସମସ୍ୟାକୁ କରିବ ଦୂର ତରଭୁଜ , ଜାଣନ୍ତୁ କେମିତି

ଲିନେନ୍ କପଡା

ଏହି କପଡା ବହୁତ ଆରାମଦାୟକ ହୋଇଥାଏ। ଖରାଦିନେ ବଜାରରେ ଲିନେନ୍ ଓ କଟନ୍ ମିଶାଇ ପୋଷାକ ଅଧିକ ବିକ୍ରି କରାଯାଇଥାଏ ଯାହାକି କିଣିବା ପାଇଁ ମଧ୍ୟ ଶସ୍ତା ହୋଇଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ହେବା ସହିତ ଆପଣଙ୍କୁ ଆରାମ ମଧ୍ୟ ପ୍ରଦାନ କରିଥାଏ। ଏହି କପଡାର ପ୍ୟାଣ୍ଟ ସହିତ ଟି-ଶାର୍ଟ ପିନ୍ଧିକରି ଏକ ଆକର୍ଷଣୀୟ ଲୁକ୍ ପାଇପାରିବେ।

ଖଦି କପଡା

ଖଦି କପଡାର ଚାହିଦା ବହୁତ ଅଧିକ। ଏହି କପଡାରେ କୌଣସି ଏମ୍ବ୍ରୋଡୋରୀ କାମ ହୋଇଥାଉ ବା ନହୋଇଥାଉ ଏହା ଆପଣଙ୍କୁ ଏକ କ୍ଲାସି ଲୁକ୍ ଦେଇଥାଏ। ଖଦି କପଡାରେ ପ୍ରସ୍ତୁତ ଜ୍ୟାକେଟ, କୁର୍ତ୍ତା କିମ୍ବା ଶାଢୀ ପିନ୍ଧି ଭିନ୍ନ ଲୁକ୍ ପାଇପାରିବେ।

ପଲିଷ୍ଟର

ଖରାଦିନେ ସ୍ପୋର୍ଟ୍ସୱିୟର ଭାବରେ ପଲିଷ୍ଟର କପଡାର ପୋଷାକ ପିନ୍ଧିପାରିବେ। ଏହି କପଡା ବହୁ ଦିନ ପର‌୍ୟ୍ୟନ୍ତ ରହିଥାଏ। ଯଦି ଆପଣଙ୍କ ଦେହରୁ ଅଧିକ ଝାଳ ବାହାରୁଥାଏ ତେବେ ଏହି ପୋଷାକ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ସଠିକ ରଙ୍ଗ ବାଛିବା ଜରୁରୀ

ଖରାଦିନେ ପୋଷାକର କପଡା ସହିତ ଏହାର ରଙ୍ଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଏହିଦିନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବା ଜରୁରୀ। ଗାଢରଙ୍ଗର ବା କଳାରଙ୍ଗର ପୋଷାକ ଖରାର ତାତିକୁ ଅଧିକ ଶୋଷି ନେଇଥାଏ ଓ ଆପଣଙ୍କୁ ବହୁତ ଗରମ ଅନୁଭୂତ ହୋଇଥାଏ। ଏହାବ୍ୟତୀତ ହାତକଟା ପୋଷାକ ପିନ୍ଧି ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଖରାରେ ବାହାରକୁ ଯାଉଥିଲେ କଟନ କପଡାର ଫୁଲ୍ ହାତ ଥିବା ପୋଷାକ ପିନ୍ଧନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.