ଆସିଗଲା ୧୪୫ କିଲୋମିଟର ଯାଇପାରୁଥିବା ଇଲେକ୍ଟ୍ରିକ ସ୍କୁଟର Tvs iQube, ଜାଣନ୍ତୁ କ’ଣ ଏହାର ଫିଚର

ଭାରତୀୟ ବଜାରରେ ଇଲେକ୍ଟ୍ରିକ ଗାଡ଼ିର ଲୋକପ୍ରିୟତା ବଢ଼ିବାକୁ ଲାଗିଛି । ଏବେ ଲୋକେ ଇଲେକ୍ଟ୍ରିକ ବାଇକ କିଣିବା ପୂର୍ବରୁ ଏହାର ମାଇଲେଜ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ପେଟ୍ରୋଲ ଓ ଡିଜେଲର ଦାମ ଯେଉଁ ଭଳି ବଢ଼ୁଛି,ସେଥିପାଇଁ ଲୋକେ ଇଲେକ୍ଟ୍ରିକ ବାଇକ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି TVS ଭାରତରେ 2022 iQube ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି । ଏଥିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି ।

ଷ୍ଟାଇଲ ଓ ଡିଜାଇନ

ଏହାର ଡିଜାଇନ ପୂର୍ବ ଭଳି ରହିଛି । ତେବେ ଏହାର ଏସ୍‌ ଓ ଏସଟି ଭାରିଏଣ୍ଟରେ କିଛି ପରିବର୍ତ୍ତନ କରାଯାଇଛି । ଏହାର ଫ୍ରଣ୍ଟ ଓ୍ଵିଞ୍ଜର ବଡ଼ ରହିଛି । ଫ୍ରଣ୍ଟ ଏଲଇଡି ହେଡ ଲାଇଟ ଦିଆଯାଇଛି । ସେହିପରି ଲମ୍ବା ସିଙ୍ଗଲ ପିସ ସିଟ ଓ ଏଲଇଡି ଟେଲ ଲାଇଟ ଦିଆଯାଇଛି । ଏହା ସାଇନିଂ ରେଡ, ଟାଇଟେନିୟମ ଗ୍ରେ, ଗ୍ଲସି ଓ ପର୍ଲ ହ୍ଵାଇଟ ରଂଗରେ ଆସୁଛି ।

ଏଥିରେ 3.04 kWh ବ୍ୟାଟେରୀ ଦିଆଯାଇଛି, ଯାହା ୧୦୦ କିମି ଯାଏ ଯାଇପାରିବ । ଏହାର ଟପ ଭାରିଏଣ୍ଟରେ 4.56 kWh ବ୍ୟାଟେରୀ ମଧ୍ୟ ଆସୁଛି । ଯାହା ୧୪୫ କିଲୋମିଟର ଯାଏ ଯାଇପାରିବ । ଏଥିରେ ଏଣ୍ଟି ଥେପ୍ଟ ଅଲର୍ଟ,କ୍ରେସ ଅଲର୍ଟ, ଲାଇଭ ଭେଇକ୍ଲି ଟ୍ରାକିଂ, ସର୍ଭିସ ଅଲର୍ଟ, ଇନକମିଙ୍ଗ କଲ୍‌,ମେସେଜ ଅଲର୍ଟ, ନାଭିଗେସନ ଆସିଷ୍ଟ, ଲାଷ୍ଟ ପାର୍କ କରାଯାଇଥିବା ଲୋକେସନ, କାର୍ବନ ଫୁଟପ୍ରିଣ୍ଟ ଟ୍ରାକର ଆଦି ମିଳିଥାଏ । ଏହା Amazon Alexaକୁ ମଧ୍ୟ ସପୋର୍ଟ କରିଥାଏ ।

ଏହାର ଦାମ୍‌

Tvs iQube ର ଷ୍ଟାଣ୍ଡାର୍ଡ ମଡେଲ ପାଇଁ ଦାମ ରହିଛି ୯୮,୫୬୪ ଟଙ୍କା, ଏହାର ଏସ ଭାରିଏଣ୍ଟ ପାଇଁ ଦାମ ରହିଛି ୧,୦୮,୬୯୦ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.