ISRO ସହ ମିଶି ନୂଆ ପୋର୍ଟାଲ ଖୋଲିଲା UIDAI ବିଭାଗ, ୟୁଜର୍ସଙ୍କୁ ମିଳିବ ଏଥିରେ ଅନେକ ସୁବିଧା

ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ଖବର। ୟୁଆଇଡିଏଆଇ ଏବେ ଇସ୍ରୋ ସହ ହାତ ମିଳାଇ ଏକ ବଡ଼ ସୂଚନା ଦେଇଛି। ଯାହା ପରେ ସମସ୍ତ ଆଧାରକାର୍ଡ ଧାରୀଙ୍କୁ ଭଲ ଫାଇଦା ମିଳିବ। ଆଧାର ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର। ଭାରତରେ ଆଧାର କାର୍ଡ ସବୁଠୁ ଜରୁରୀ ଡକ୍ୟୁମେଣ୍ଟ, ଯାହା ବିନା ଏବେ କୌଣସି ସରକାରୀ କିମ୍ବା ପ୍ରାଇଭେଟ କାମ କରିହେବ ନାହିଁ। ଗ୍ରାହକଙ୍କ ପାଇଁ ଆଧାର କାର୍ଡ ଜାରୀ କରୁଥିବା ସଂସ୍ଥା ଭାରତୀୟ ବିଶିଷ୍ଟ ପ୍ରମାଣ ପ୍ରାଧିକରଣ ସମୟ ସମୟରେ ଅନେକ ନିୟମ ପରିବର୍ତ୍ତନ କରିଥାଏ। ଏବେ ଲୋକଙ୍କ ପାଇଁ ୟୁଆଇଡିଏଆଇ ଇସ୍ରୋ ସହ ଚୁକ୍ତି କରିଛି। ଯାହାର ଫାଇଦା ସିଧା ଆଧାର ୟୁଜର୍ସଙ୍କୁ ମିଳିବ।

ଆଧାର କାର୍ଡ ଜାରି କରିଥିବା ସଂସ୍ଥା ଭାରତୀୟ ପ୍ରମାଣ ପ୍ରାଧିକରଣ ସଂସ୍ଥା ଇସ୍ରୋ ସହ ହାତ ମିଶାଇ ଲୋକେସନ ଟ୍ରାକ କରିବା ପାଇଁ ଡିଲ କରିଛି। ମାନେ ଏହାପରେ ଆପଣ ନିଜ ଘରର ଆଖପାଖରେ ଆଧାର କେନ୍ଦ୍ରର ଠିକଣା ସମ୍ପର୍କରେ ଜାଣିପାରିବେ। ୟୁଆଇଡିଏଆଇ ଓ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରାଳୟର ଏହି ନିଷ୍ପତି ପରେ ଦେଶର ଯେକୌଣସି ଇଲାକାରେ ଘରେ ରହି ମଧ୍ୟ ଆପଣ ଆଖପାଖ ଆଧାର କେନ୍ଦ୍ର ସମ୍ପର୍କରେ ଜାଣିପାରିବେ।

ଆଧାର ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଏହା ସମ୍ପର୍କରେ ସୂଚନା ଦେଇଛି। ଡିପାର୍ଟମେଣ୍ଟ ତରଫରୁ କୁହାଯାଇଛି ଯେ ଲୋକେସନ ପାଇଁ NRSC, ISRO, UIDAI ମିଶି ଏକ ନୂଆ ପୋର୍ଟାଲ ଆରମ୍ଭ କରିଛି। ଏହାର ନାମ ହେଉଛି ଭୁବନ ଆଧାର। ଏଥିରେ ମୋଟ ୩ଟି ଫିଚର୍ସ ରହିଛି। ଏହାର ସବୁଠୁ ବଡ଼ ଫାଇଦା ହେଉଛି ଆପଣ ଏହା ଜରିଆରେ ଆଧାର ସେଣ୍ଟରର ଅନଲାଇନ ସୂଚନା ପାଇପାରିବେ। ଏହାସହ ଏହା ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରର ଠିକଣା ସମ୍ପର୍କରେ ମଧ୍ୟ ସୂଚିତ କରାଇବ।

ଏବେ ଜାଣନ୍ତୁ କେମିତି ଚେକ୍‌ କରିବେ ଲୋକେସନ:
-ଏଥିପାଇଁ ଆପଣ ପ୍ରଥମେ https://bhuvan.nrsc.gov.in/aadhaar/ ରେ କ୍ଲିକ କରନ୍ତୁ।
-ଏହାପରେ ଆପଣ ନିଜ ନିକଟସ୍ଥ ଆଧାର କେନ୍ଦ୍ରର ସୂଚନା ପାଇବା ପାଇଁ Centre Nearby ଅପସନରେ କ୍ଲିକ କରନ୍ତୁ।
-ଏଠାରେ ଆପଣ ନିଜ ଆଧାର କେନ୍ଦ୍ରର ଲୋକେସନ ପାଇବେ।
-ଏହାବ୍ୟତିତ ଆପଣ Search by Aadhaar Seva Kendra ରେ ସମସ୍ତ ସୂଚନା ପାଇପାରିବେ।
-ଏଠାରେ ଆପଣ ଆଧାର କେନ୍ଦ୍ରର ନାମ ଏଣ୍ଟର କରାଇପାରିବେ। ଏହାପରେ ଆପଣଙ୍କୁ ସ୍ଥାନ ସମ୍ପର୍କରେ ସୂଚନା ମିଳିଯିବ।
-ଆପଣ ଚାହିଁଲେ Search by PIN Code ଜରିଆରେ ନିକଟସ୍ଥ ଆଧାର କେନ୍ଦ୍ର ସମ୍ପର୍କରେ ଜାଣିପାରିବେ।
-ଏହାପରେ ଶେଷ ଅପସନ ହେଉଛି State Wise Aadhaar Seva Kendra । ଯାହାକୁ ସିଲେକ୍ଟ କଲେ ଆପଣ ରାଜ୍ୟ ଓ ସମସ୍ତ ଆଧାର କେନ୍ଦ୍ରର ଠିକଣା ସମ୍ପର୍କରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.