OPSC ଅଧୀନରେ ଖାଲିପଡିଛି ଆସିଷ୍ଟାଣ୍ଟ ଏଗ୍ରିକଲ୍ଚର ଇଂଜିନିୟର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶାରେ ଭଲ ଦରମାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡିଶା ଲୋକ ସେବା ଆୟୋଗ (OPSC) ଅଧୀନରେ ୧୦୨ ଆସିଷ୍ଟାଣ୍ଟ ଏଗ୍ରିକଲ୍ଚର ଇଂଜିନିୟର (AAE) ପୋଷ୍ଟ ପାଇଁ ନିଯୁକ୍ତି ଜାରି ହୋଇଛି। ଏହି ସମ୍ବନ୍ଧୀୟ ନୋଟିଫିକେସନ ଜାରି ହୋଇଛି। ଓଡିଶା ଏଗ୍ରିକଲ୍ଚର ଆଣ୍ଡ ଫାର୍ମର୍ସ ଏମପାଓ୍ଵାରମେଣ୍ଟ ଡିପାର୍ଟମେଣ୍ଟରେ ଗ୍ରୁପ ବି ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ୧୨ ଅଗଷ୍ଟ ୨୦୨୨ ସୁଦ୍ଧା ଆବେଦନ ଗ୍ରହଣ କରିପାରିବେ। ଏହି ଆବେଦନ ପତ୍ର ଗ୍ରହଣ କେବଳ ଅନଲାଇନ ମାଧ୍ୟମରେ କରାଯିବ।

ପଦବୀ ବିବରଣୀ: ୧୦୨

ଆସିଷ୍ଟାଣ୍ଟ ଏଗ୍ରିକଲ୍ଚର ଇଂଜିନିୟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ଅଗଷ୍ଟ ୨୦୨୨ରହିଛି।

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ୟୁନିଭରସିଟିରୁ ଏଗ୍ରିକଲ୍ଚର ଇଂଜିନିୟରିଂରେ ଡିଗ୍ରୀ କରିଥିବା ଜରୁରୀ।

ବୟସସୀମା : ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ନୋଟିଫିକେସନ ଅନୁଯାୟୀ ଏହି ଭର୍ତ୍ତି ପାଇଁ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ। ଲିଖିତ ପରୀକ୍ଷାରେ ୨୦୦ ମାର୍କର ଦୁଇଟି ପରୀକ୍ଷା ଦେବାକୁ ହେବ। ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ଦିଆଯିବ।

କେମିତି କରିବେ ଆବେଦନ :

ପ୍ରଥମେ ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ େଓ୍ଵବସାଇଟ୍‌ www.opsc.gov.in କୁ ଓପନ କରନ୍ତୁ।

େଓ୍ଵବସାଇଟ୍‌ ଖୋଲିବା ପରେ ହୋମ ପେଜର ଡାହାଣ ପଟେ ଥିବା ଆପ୍ଲାଏ ଅନଲାଇନ ଅପସନ ଦେଖିବାକୁ ମିଳିବ। ଆପଣଙ୍କୁ ଏହା ଉପରେ କ୍ଲିକ କରିବାକୁ ହେବ।

ଏହାପରେ ପେଜ ଖୋଲିବା ପରେ ଏହା ସମ୍ବନ୍ଧୀୟ ତଥ୍ୟ ଦେବାକୁ ହେବ।

ଡାହାଣ ପାଖରେ ୨ଟି ଅପସନ ଦେଖିବାକୁ ମିଳିବ।, ରେଜିଷ୍ଟ୍ରର ୟୁଜର ଏବଂ ନ୍ୟୁ ୟୁଜର।

ଆପଣଙ୍କୁ ନ୍ୟୁ ୟୁଜରରେ କ୍ଲିକ କରି ଆକାଉଣ୍ଟ ଖୋଲିବାକୁ ହେବ। ଏହାପରେ ନିଜର ସବିଶେଷ ବିବରଣୀ ଦେଇ ଜମା କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.