ଭୋଡାଫୋନର ନୂଆ ଧମାକା, ଏବେ ୩ଟି ପ୍ଲାନରେ ପାଇପାରିବେ ଡବଲ ଡାଟା

ଭୋଡାଫୋନ ୧.୫ଜିବି ଡାଟା ପ୍ଲାନରେ ‘ଡବଲ ଡାଟା’ ଅଫର ଦେବା ବନ୍ଦ କରିଦେଇଥିଲା କିନ୍ତୁ କମ୍ପାନୀ ୨୪୯ ଟଙ୍କିଆ ପ୍ରିପେଡ ପ୍ଲାନରେ ଦେଶର ସବୁଠାରୁ ବଡ କମ୍ପାନୀ ଡବଲ ଡାଟା ନ ମିଳିବାର ସୂଚନା ଦେଇଥିଲା। ଏନେଇ କମ୍ପାନୀ ବର୍ତ୍ତମାନ କିଛି ଅନ୍ୟ ପ୍ଲାନକୁ ଏହି ଅଫର ସହ ଯୋଡି ଦେଇଛି। ଭୋଡାଫୋନ ଆଇଡିଆର ୨ଜିବି ଡାଟା ଥିବା ପ୍ଲାନ ଅର୍ଥାତ ୨୯୯ଟଙ୍କା, ୪୯୯ଟଙ୍କା ଏବଂ ୬୯୯ ଟଙ୍କା ଭଳି ପ୍ରିପେଡ ପ୍ୟାକରେ ବର୍ତ୍ତମାନ ଡବଲ ଡାଟାର ଲାଭ ପାଇପାରିବେ। ଅର୍ଥାତ ବର୍ତ୍ତମାନ ଆପଣ ଏହି ପ୍ଲାନରେ ପ୍ରତ୍ୟେକ ଦିନ ସମୁଦାୟ ୪ଜିବି ଡାଟା ପାଇପାରିବେ।

vodafone

ଟେଲିକମ କମ୍ପାନୀ ବର୍ତ୍ତମାନ ଡବଲ ଡାଟା ଅଫର ଜରିଆରେ ୧୬୮ଜିବି ପର୍ଯ୍ୟନ୍ତ ଡାଟା ମାଗଣାରେ ଦେଉଛି। ସମୁଦାୟ ମିଶି ବର୍ତ୍ତମାନ ଭୋଡାଫୋନର ୫ଟି ପ୍ରିପେଡ ପ୍ଲାନ ୨୯୯ ଟଙ୍କା, ୩୯୯ ଟଙ୍କା, ୪୪୯ ଟଙ୍କା, ୫୯୯ ଟଙ୍କା ଏବଂ ୬୯୯ ଟଙ୍କାରେ ଡାଟା ଅଫର ରହିଛି କିନ୍ତୁ ଏହି ଅଫରକୁ ବର୍ତ୍ତମାନ ଭୋଡାଫୋନ କମ୍ପାନୀ କେବଳ ୯ଟି ଟେଲିକମ ସର୍କଲରେ ସୀମିତ ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.