Below header

ଭାରତୀୟ ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପର ବଡ଼ ନିଷ୍ପତ୍ତି : ଏଣିକି କେବଳ ୫ଟି ଗ୍ରୁପକୁ ପଠାଇପାରିବେ ମେସେଜ୍

ନିଜ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ହ୍ବାଟ୍ସଆପ୍ । ଗୁଜବ ପାଇଁ ଲଗାତାର ନୀରିହ ଜୀବନ ଯାଉଛି । ଯାହାର ମୂଳରେ ରହିଛି ହ୍ବାଟ୍ସଆପ୍ ଭିଡିଓ ଏବଂ ମେସେଜ୍ । ତେଣୁ ଏପରି ସବୁ ଗୁଜବକୁ ରୋକିବା ପାଇଁ କମ୍ପାନୀ ଏକ ନୂଆ ଫିଚର ଟେଷ୍ଟ କରୁଛି । ଯଦି ଏହି ଫିଚର ସଫଳ ହୁଏ ତେବେ ଆଗାମୀ ଦିନରେ ଅଧିକ ଗ୍ରୁପ ମେସେଜ୍ ପଠାଇ ପାରିବେନି । ଅର୍ଥାତ୍ ମେସେଜ୍ ଫରୱାର୍ଡ କରିବାର ସୀମା ନିର୍ଦ୍ଧାରିତ କରିଦିଆଯିବ । ମାତ୍ର ୫ଟି ଗ୍ରୁପକୁ ମେସେଜ୍ ପଠାଇହେବ ।

ଗୁରୁବାର ଏନେଇ ନିଜ ବ୍ଲଗ୍ ଜରିଆରେ ସୂଚନା ଦେଇଛି ହ୍ବାଟ୍ସଆପ୍ । ହ୍ବାଟ୍ସଆପ୍ କହିଛି ଭାରତୀୟ ୟୁଜର୍ସଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଲଂଚ୍ କରିବାକୁ ଯାଉଛି କମ୍ପାନୀ । ଯାହା ଦ୍ବାରା ଭିଡିଓ ଏବଂ ମେସେଜ ଏକ ସୀମୀତ ସଂଖ୍ୟା ଏବଂ ଗ୍ରୁପ ମଧ୍ୟରେ ହିଁ ଫରୱାର୍ଡ ହୋଇ ପାରିବ ।

କେବଳ ସେତିକି ନୁହେଁ ନୂଆ ଅପଡେଟ୍ ପରେ ହ୍ବାଟ୍ସଆପରେ ମେସେଜେ୍ ତୁରନ୍ତ ପଠାଯାଇପାରିବ ନାହିଁ । ସେଥିପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରାଯିବ । ଭାରତୀୟ ୟୁଜର୍ସ କେବଳ ୫ଟି ଗ୍ରୁପ ଏବଂ ଅନ୍ୟ ଦେଶ ଗୁଡିକ ୨୦ ଗ୍ରୁପକୁ ମେସେଜ୍ ଓ ଭିଡିଓ ପଠାଇପାରିବେ । ଅନ୍ୟ ଦେଶ ତୁଳନାରେ ଭାରତରେ ହ୍ବାଟ୍ସଆପରେ ସର୍ବାଧିକ ଭିଡିଓ ଏବଂ ମେସେଜ୍ ପଠାଯାଇଥାଏ ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ହ୍ବାଟ୍ସଆପକୁ ଦ୍ବିତୀୟ ଥର ପାଇଁ ନୋଟିସ୍ ଜାରି କରିଛି । ଶକ୍ତ ପଦକ୍ଷେପ ନେବା ପାଇଁ ଚେତାବନୀ ଦେବା ସହ ସରକାର କହିଛନ୍ତି ମିଛ ଖବରକୁ ନଅଟକାଇଲେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.