Below header

ଅଧିକ ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ : ଆସନ୍ତା ସେପ୍ଟେମ୍ବର ୬ରେ ଦିଲ୍ଲୀରେ ହେବ ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ୍ ଟୁ ବୈଠକ

ନୂଆଦିଲ୍ଲୀ: ଅଧିକ ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ। ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ ଭାରତ-ଆମେରିକା ଟୁ ପ୍ଲସ୍ ଟୁ ବୈଠକ। ଏଥିରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସହମତି ହୋଇଥିଲା। ଚଳିତବର୍ଷ ଏହି ବୈଠକ ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଏବେ ସହମତି ଦେଇଛି ଓ୍ଵାଶିଂଟନ୍। ଏହି ଆଲୋଚନା ବେଳେ ଭାରତ ସହିତ ପ୍ରତିରକ୍ଷା ସହଯୋଗ, ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.