ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ : ୪ ମୃତ, ୨ ଆହତ

ମୟୁରଭଞ୍ଜ : ବିଭିନ୍ନ ସ୍ଥାନରେ ବଜ୍ରପାତ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଘଡଘଡି ସହ ବର୍ଷା ହୋଇଥିଲା। ଫଳରେ ବିଲରେ କାମ କରୁଥିବାବେଳେ ବଜ୍ରପାତରେ ବୈଶିଙ୍ଗା ଥାନା କଇଁଛଗଡିଆର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଦୁଇ ଜଣ ମୃତକ ହେଲେ ମହିଶାପୁରର ଶୁଶୀଳା ଦେହୁରୀ ଓ ଚୁନାଡିହାର ରାଜେନ୍ଦ୍ର ବେହେରା।

ବେତନଟୀ ଥାନା ସୁନାହଜା ଗାଁର ସାରଥୀ ମହାନ୍ତ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଗୁଡିକୁ ବ୍ୟବଛେଦ ପାଇଁ ବାରିପଦା ମେଡିକାଲ କଲେଜକୁ ପଠାଇଛି। ସେହିପରି ଆହତ ଦୁଇ ଜଣ ହେଉଛନ୍ତି ଖଡ଼ତଶୋଳ ଗାଁର ପାର୍ବତୀ କିସ୍କୁ ଓ କଇଁଚିଶୋଳ ଗାଁର ରାଇମଣି ଟୁଡୁ। ଗୁରୁତରଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.